Just another WordPress site

ବର୍ଷେ ନୁହେଁ କି ଦୁଇ ବର୍ଷ ଦୀର୍ଘ 19 ବର୍ଷ ପରେ ଜେଲ ଗଲେ ଶାଶୁ କାରଣ ଜାଣିଲେ ମୁଣ୍ଡ ବୁଲାଇଦେବ – ଦେଖନ୍ତୁ ଭିଡିଓ

0 1,474

ଆମ ସମାଜରେ ନାରୀ ସବୁବେଳେ ନିର୍ଯାଚିତ ଓ ଅବହେଳିତ ହେଇ ଆସୁଛନ୍ତି ।ଆଜି ବି ନାରୀ କୋଉଠି ବି ସୁରକ୍ଷିତ ନୁହଁନ୍ତି ସବୁ ଜାଗାରେ ସେମାନେ କାହାର ନ କାହାର ଦୁର୍ବ୍ୟବହାର ର ଶିକାର ହେଇଥାନ୍ତି ।ତେବେ ଆମ ସମାଜରେ ବହୁତ ସମୟରେ ନାରୀ ନିର୍ଯ୍ୟାତନାର ବହୁତ ରୂପ ଦେଖିବାକୁ ମିଳିଥାଏ ।ଆଉ ତା ଭିତରୁ ଯୌତୁକ ନିର୍ଯାତନା ଅନ୍ୟ ଏକ ରୂପ ଅଟେ ତେବେ ଯେତେବେଳେ ଜଣେ ଝିଅ ବାହା ହେଇ ନିଜ ଘର ପରିବାରକୁ ଛାଡି ଗୋଟିଏ ନୂଆ ଘରକୁ ଆସିଥାନ୍ତି ସେତେବେଳେ ତାଙ୍କ ମନରେ ବହୁତ ଆଶା ଓ ଆକାଂକ୍ଷା ରହିଥାଏ ।

କିନ୍ତୁ ସବୁ ଝିଅଙ୍କର ଆଶା ପୂରଣ ହେଇ ନଥାଏ ତାହା ପାଣି ଫୋଟକା ପରି ଫାଟି ଯାଇଥାଏ ।ଶାଶୁ ଘର ଲୋକ ମାନଙ୍କର ଅଧିକ ଯୌତୁକ ଆଶାରେ ବଳି ଚଡ଼ି ଯାଇଥାଏ ସେହି ଝିଅର ।

ନିଜ ବାପଘର ଉପରେ ବୋଝ ନହେବା ପାଇଁ ସେ ଚୁପ ହେଇ ସବୁ କିଛି ସହିଯାଏ ।ଆଉ ଯେତେବେଳେ ସେ ସେହି ଯଂତ୍ରଣା କୁ ସହିବାରେ ଅସମର୍ଥ ହୁଏ ସେତେବେଳେ ନିଜେ ଜୀଵନ ହାରି ଦିଏ ନହେଲେ ଶାଶୁଘରେ ତାଙ୍କୁ ମାରି ଦିଆଯାଏ ।ଆଉ ଏହି ଘଟଣା ଗୁଡିକର ନ୍ୟାୟ ଖୁବ କମ ମିଳିଥାଏ ତେବେ ଏହିପରି ନିର୍ଯାତନା ର ଶିକାର ହେଇ ଜୀବନ ହାରିଥିବା ଜଣେ ମହିଳାଙ୍କୁ ଦୀର୍ଘ 19 ବର୍ଷ ପରେ ନ୍ୟାୟ ମିଳିଛି ।

ତେବେ ଅସନ୍ତୁ ଜାଣିବା ସେହି ଘଟଣା କଣ ଆଉ କଣ ଦଣ୍ଡାଦେଶ ହେଇଛି ଦୋଷୀ ମାନଙ୍କୁ ।ତେବେ ଆଜି ଏହି ଘଟଣାର ଜିଲ୍ଲା ଦୌରାଜଜ୍ ଙ୍କ ପାଖରୁ ସଶ୍ରମ ଜଣାଯାଇଛି । ଅଭିଯୋଗ ଅନୁଯାୟୀ ବିଂଛାନପୁର ଥାନା ଅନ୍ତର୍ଗତ ଭଅଁରା ଗାଁର ତିଳତୋମା ସରଙ୍ଗୀ, 2000 ମସିହାରେ ଯାଜପୁର ଥାନା ମାର୍କଣ୍ଡପୁରର ବସନ୍ତ ପାଣିଙ୍କୁ ବିବାହ କରିଥିଲେ ।ବିବାହ ପରେ ଶାଶୁଘରେ ଲୋକେ ତାଙ୍କୁ ନାନା ନିର୍ଯାତନା ଦେଉଥିଲେ ଆଉ ବିବାହର ଦୁଇ ବର୍ଷ ପରେ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଥିଲା ।ଏହି ମାମଲାର ଶୁଣାନୀରେ ଆଜି ଜିଲ୍ଲା ଦୌରାଜଜ୍ ସ୍ୱାମୀ ,ଶାଶୁ ଓ ନଣନ୍ଦଙ୍କ ସଶ୍ରମ କାରାଦଣ୍ଡ ଶୁଣେଇ ଛନ୍ତି ।

ସ୍ୱାମୀ ବସନ୍ତ ପାଣିଙ୍କୁ ଭିନ୍ନ ଭିନ୍ନ ଦଫାରେ ମୋଟ ବାର ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ହେଇଥିବା ବେଳେ ଶାଶୁ ସତ୍ୟଭାମା ଓ ନଣନ୍ଦ ସୁମିତ୍ରା ତ୍ରିପାଠୀଙ୍କୁ ସାତ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ହେବା ସହ ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ତେବେ ଓକିଲ ଗଦାଧର ସାହୁ କହିଛନ୍ତି ତିଲତୋମା ଙ୍କ ହତ୍ୟା 2002 ମସିହା ଜୁନ 19 ତାରିଖରେ ହରିଥିଲା ଆଉ ତାଙ୍କ ମୃତ ଦେହ ଶାଶୁଘର ପଛପଟ କୁଅରୁ ମିଳିଥିଲା ।ଆଉ ଏତେ ବର୍ଷର ଦୀର୍ଘ ପ୍ରତିଖା ପରେ ମହିଳାଙ୍କ ପରିବାରକୁ ନ୍ୟାୟ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।