Just another WordPress site

Sumangal ଯୋଜନା ରେ ବିବାହ କରିଲେ ମିଳିବ ପୁରା ଅଢେଇ ଲକ୍ଷ (25,0000) ଟଙ୍କା,କେମିତି ଓ କେଉଁ ଉପାୟ ରେ ଉଠାଇ ପାରିବେ ଲାଭ,ଏବେ ଜାଣି ରଖନ୍ତୁ…

0 622

ବନ୍ଧୁମାନେ ଆମେ ଆଜି ଏମିତି ଗୋଟିଏ ନିଉଜ୍ ନେଇ ଆସିଛୁ ଯାହା ଜାଣିଲେ ଆପଣ ବି ବହୁତ ଖୁସି ହେବେ ।ତେବେ ଆମ ସରକାର ବହୁତ ସମୟରେ ଜନତାଙ୍କ ହିତ ସାଧନ ପାଇଁ ଅନେକ ଯୋଜନା ଗୁଡିକ ବାହାର କରିଥାନ୍ତି ।ଯାହାଦ୍ୱାରା ଜନ ସାଧାରଣ ମାନଙ୍କ ଜୀଵନରେ ବହୁତ ସୁଧାର ଆସିଥାଏ ।ଆଉ ଏହି ଭିତରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୋଟିଏ ଯୋଜନା ବାହାର କରିଛନ୍ତି ଯେଉଁ ଥିରେ ଭାଗିଦାର ହେଲେ ଆପଣ ଅଡ଼େଇ ଲକ୍ଷ ଟଙ୍କାର ଲାଭ ନେଇ ପାରିବେ ।

ତେବେ ଆସନ୍ତୁ ଜାଣିବା ସେହି ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସମ୍ୱନ୍ଧରେ ।ସୂଚନା ଅନୁଯାୟୀ ରାଜ୍ୟ ସରକାର “ଶୁଭମଙ୍ଗଲ ” ନାମକ ଏକ ଯୋଜନା କରିଛନ୍ତି ।ଆଉ ଯେଉଁ ମାନେ ଏହି “ଶୁଭମଙ୍ଗଲ ” ଯୋଜନା ଅନୁସାରେ ବିବାହ କରିବେ ସେମାନେ ଏଥିରେ ଥିବା ଅଡେଇ ଲକ୍ଷ ଟଙ୍କା ରାଶିକୁ ପାଇପାରିବେ ।ଏହାଦ୍ବାରା ଆମ ସମାଜରୁ ଜାତିକୁ ନେଇ ବିବାଦ ରହିଛି ତାହା ଦୁର ହେବାର ଆଶା ରଖିଛନ୍ତି ସରକାର ।

ଇଣ୍ଟର କାଷ୍ଟ ମ୍ୟାରେଜ ପାଇଁ ବହୁତ ଲୋକ ବହୁତ ହଇରାଣ ହେଇଥାନ୍ତି ଆଉ ବହୁତ ସାମାଜିକ ବାଧା ବି ରହିଥାଏ ।କିନ୍ତୁ ଏହି ଯୋଜନା ଦ୍ବାରା ପ୍ରତ୍ୟେକ ଲୋକ ମାନଙ୍କ ଭିତରେ ଏକ ଭାଇଚାରା ସୃଷ୍ଟି ସ୍ଥାପନ ହେଇ ପାରିବ ଓ କିଛି ଜାତିଭେଦ ପରି ପାର୍ଥକ୍ୟ ସମାଜରୁ ଧୀରେ ଧୀରେ ଉଠି ଯିବ ।ତେବେ ଏହି ଯୋଜନାରେ ସାମିଲ ହେବାକୁ ହେଲେ ଏହାର ୱେବସାଇଟ କୁ ଯିବାକୁ ପଡ଼ିବ ।ଆଉ ଏହାର ୱେବସାଇଟର ନାମ ହେଉଛି “ଶୁଭମଙ୍ଗଳ .ଓଡିଶା.ଜିଅଭି.ଇନ ।ଏହି ୱେବସାଇଟକୁ ଖୋଲି ସେଥିରେ ନିଜର ବିବାହର ରେଜିଷ୍ଟ୍ରେସନ କରିଲେ ଆପଣ ଏହି ଯୋଜନାର ଲାଭ ନେଇ ପାରିବେ ।

ତେବେ କେବଳ ଏତିକି ନୁହେଁ ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରବୃତି ଯୋଜନା ବି ବାହାର କରିଛନ୍ତି ।ଆଉ ଏଥିରେ 11 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଇ ପାରିବେ ।ତେବେ କେମିତି ଛାତ୍ରଛାତ୍ରୀ ମାନେ ଏହି ଯୋଜନାର ଲାଭ ନେଇ ପାରିବେ ଆସନ୍ତୁ ଜାଣିବା ।ତେବେ ଛାତ୍ରଛାତ୍ରୀ ମାନେ ଅନ୍ୟ କିଛି ଅନଲାଇନ ୱେବସାଇଟ କୁ ନଯାଇ ସିଧା ଗୋଟିଏ ୱେବସାଇଟ କୁ ଯାଇ ଏହି ଯୋଜନାରେ ସାମିଲ ହେଇ ପାରିବେ ।ତେବେ ସେହି ୱେବସାଇଟର ନାମ ହେଉଛି “ସ୍କଲରସିପ.ଓଡିଶା.ଜିଅଭି.ଇନ,ଏଥିରେ କ୍ଲିକ କରି ଜଣେ ଏହି ୱେବସାଇଟକୁ ଖୋଲି ପାରିବେ ।

ଏଥରେ ଛାତ୍ରଛାତ୍ରୀ ମାନେ ନିଜର ଛାତ୍ର ବୃତି ପାଇଁ ଆବେଦନ କରି ପାରିବେ ।ତେବେ ସୂଚନା ଅନୁଯାୟୀ ରାଜ୍ୟ ସରକାର 6ଟି ବିଭାଗ ପକ୍ଷରୁ 21ଟି ଛାତ୍ର ବୃତି ଯୋଗାଇ ଦିଆଯାଇ ଥାଏ ।ଛାତ୍ରଛାତ୍ରୀ ଘରେ ବସି ଏହି ଯୋଜନାର ଲାଭ ନେଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।