Just another WordPress site

” Paas Bulati Hai ” ଏହି ଛୋଟ ପିଲାର ହିନ୍ଦୀ ଗୀତ ଟି ଶୁଣିଲେ ଆପଣ ବି କାନ୍ଦି ପକାଇବେ… ନିଜ ମା” କୁ ଭଲ ପାଉଥିଲେ ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0 232

ବନ୍ଧୁମାନେ ସଂଗୀତ ଏମିତି ଗୋଟିଏ ଦୁନିଆ ଯାହା ଭିତରେ ଥରେ ଭିଜି ଗଲେ ଜୀବନରୁ ସବୁ ଦୁଃଖ କଷ୍ଟ ଦୁର ହେଇଯାଏ ।ତେବେ ଏହା ଆମେ କହୁନୁ ଆପଣ ନିଜେ ବି ଅନୁଭବ କରିଥିବେ ନିଜ ଜୀବନରେ ।ତେବେ ନବେ ଦଶକର ସଂଗୀତ ଗୁଡିକ ଶୁଣିଲେ ଯେତିକି ଯେତେ ଶାନ୍ତି ମିଳିଥାଏ ତାହା ଏବେକାର ସଂଗୀତରେ ମିଳିନଥାଏ ।

ତେବେ ଆପଣ ମାନଙ୍କ ଭିତରୁ ବହୁତ ଜଣ ଥିବେ ଯେଉଁ ମାନେ ପୁରୁଣା ହିନ୍ଦୀ ଗୀତ ଓ ପୁରୁଣା ହିନ୍ଦୀ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବେ ।ତେବେ ସେମାନେ ସୁନୀଲ ସେଟ୍ଟୀ ଙ୍କ “ଜାନୁଆର” ଫିଲ୍ମ ନିଶ୍ଚିତ ଜାଣିଥିବେ ।

ତେବେ ସେହି ସମୟର ଫିଲ୍ମ ଗୁଡିକର କାହାଣୀ ସାଙ୍ଗକୁ ଗୀତ ଗୁଡ଼ିକ ପୁରା ଆଇକନିକ ରହୁଥିଲା ।ସେହିପରି ଜାନୁଆର ଫିଲ୍ମରେ ଏମିତି ଗୋଟିଏ ଗୀତ ରହିଛି ଯାହା ଶୁଣିଲେ ମାଆ ଓ ପିଲା ଭିତରେ ଥିବା ଗଭୀର ସମ୍ପର୍କ ବିଷୟରେ ବେଶ ବୁଝିହୁଏ ।ଆଉ ଏହି ଗୀତଟି ଯିଏ ବି ଶୁଣିବ ତାଙ୍କ ଆଖିରୁ ଲୁହ ନିଶ୍ଚିତ ଆସିଯିବ, ତେବେ ସେହି ଗୀତଟି ହେଉଛି “ପାସ ବୁଲାତି ହେ..” ।ସେହି ଫିଲ୍ମରେ ଶିଳ୍ପା ସେଟ୍ଟୀ ନାୟିକା ଭୂମିକା ନିଭେଇ ଥିବା ବେଳେ ଜଣେ ଛୋଟ ପିଲା ରହିଛି ଯିଏ ଶିଳ୍ପାଙ୍କର ପୁଅ ଭୂମିକା ନିଭେଇଛନ୍ତି ।ଆଉ କାହାଣୀ ଅନୁସାରେ କିଛି କାରଣରୁ ପିଲାଟି ତା ମାଆ ଠାରୁ ଦୂରେଇ ଯାଇଛି ।

ଆଉ ଜୀବନରେ ମାଆ ସ୍ନେହ କଣ ଜାଣି ନାହିଁ ଆଉ ତାର ସ୍କୁଲରେ ମାତୃଦିବସ ଅବସରରେ ପିଲାଟି ନିଜ ମାଆ କୁ କଳ୍ପନା କରି ଏହି ଗୀତଟି ଗାଇଛି ।ତାଙ୍କର ଏହି ଗୀତ ସମସ୍ତଙ୍କୁ ଏତେ ଭଲ ଲାଗିଛି ଯେ ଗୀତ ଶୁଣି ଆଗରେ ବସିଥିବା ସମସ୍ତ ଦର୍ଶନ ମାନଙ୍କ ଆଖିରେ ଲୁହ ଦେଖା ଯାଇଛି ଓ ସମ୍ପୂର୍ଣ୍ଣ ମାହଲଟା ଭାବପୂର୍ଣ୍ଣ ହେଇ ଉଠିଛି । ତେବେ କିଛି ଫିଲ୍ମ ଗୁଡିକର ସଂଗୀତ ଗୁଡିକ ଏତେ ଭଲ ହେଇଥାଏ ଯେ ସେହି ଗୀତ ଗୁଡିକ ପାଇଁ ଫିଲ୍ମ ହିଟ ହେଇଥାଏ ।ଆଉ ସଂଗୀରେ ସୁର ଓ ଏମିତି ସଂଗୀତ ସଂଯୋଜନା ହେଇଥିଲା ଯେ ଯାହା ଆଜି ବି ଶୁଣିଲେ ହୃଦୟକୁ ଆନ୍ଦୋଳିତ କରିଥାଏ ଓ ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ ।

ସଂଗୀତ ପ୍ରତ୍ୟେକ ଙ୍କ ଜୀବନରେ ଏକ ଅବିଛେଦ୍ୟ ଅଙ୍ଗ ପ୍ରି ଯାହାକୁ ଜୀବନରୁ ଅଲଗା କରି ହେବ ନାହିଁ ।ଆମେ ଯେତେବେଳେ କିଛି ମୁହୂର୍ତ୍ତ ଶାନ୍ତ ଓ ସ୍ଥିର ହେବାକୁ ଚାହୁଁଥିଲେ ଏହି ସଂଗୀତର ସାହାରା ନେଇଥାଉ ।ତେବେ ଜାଣିଛନ୍ତି ସଂଗୀତ କୋଉ ମେଡ଼ିସିନ ଠାରୁ ବି କମ ନୁହେଁ କାରଣ ରୋଗୀ ମାନେ ବି ସଂଗୀତ ଶୁଣିଲେ ବଞ୍ଚିବା ପାଇଁ ଇଚ୍ଛା କରିଥାନ୍ତି ।ଆଉ ଏହା ଆମ ମନ ଓ ଶରୀରକୁ ସୁସ୍ଥ ରଖିଥାଏ ଓ ଶରୀରରେ ପଜିଟିଭ ନେସ ଆଣି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।