Just another WordPress site

ରୁଷିଆ-ୟୁକ୍ରେନ ଯୁଦ୍ଧ ର ବିଭୀଷିକା ରୂପ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଦେଖିଲେ ଭୟରେ ଆପଣ ଙ୍କର ଛାତି ଥରି ଉଠିବ……

0 90

ରୁଷିଆ-ୟୁକ୍ରେନ ର ଯୁଦ୍ଧ କୁ ଆଜି ୧୫ ଦିନ ହୋଇଗଲା ଆଉ ୟୁକ୍ରେନବାସୀ ଙ୍କର ଅବସ୍ଥା ଦେଖିଲେ ଆପଣ କାନ୍ଦିପକେଇବେ।ବର୍ତ୍ତମାନ ୟୁକ୍ରେନ ବାସୀ ମାନେ ସାଜିଛନ୍ତି ଶରଣାର୍ଥୀ ନିଜ ଜୀବନ ବଞ୍ଚାଇବା ପାଇଁ ନିଜ ଭିଟା ମାଟି ଛାଡି ଅଲଗା ଦେଶ କୁ ଚାଲିଛନ୍ତି।

ଏହି ଭିତରେ କିଏ କାହା ବାପା କୁ ହରାଇଛି ତ କିଏ ନିଜ ପୁଅ କୁ ,ଯୁଦ୍ଧ ର ଏହି ବିଭୀଷିକା ଦୃଶ୍ୟ ସତରେ ବହୁୟ କରୁଣମୟ। ତେବେ ଏହି ଭିତରେ ବର୍ତ୍ତମାନ ୟୁକ୍ରେନ ରୁ ଗୋଟିଏ ଶିଶୁ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ର ବେଦନା ର ସ୍ୱର ଯୁଦ୍ଧ ଠାରୁ ଆହୁରି ଦୁଃଖନିୟ ଅଟେ।

ବନ୍ଧୁଗଣ ଆପଣ ବର୍ତ୍ତମାନ ଜାଣିଥିବେ କି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ।କିଛି ଦିନ ତଳେ ରୁଷିଆ ର ଆର୍ମି ମାନେ ୟୁକ୍ରେନ ର କିଛି ଅଂଶ ରେ ଯାଇ ରହୁଥିଲେ ଏବଂ ୟୁକ୍ରେନ ଗୋଟିଏ ଛୋଟ ଦେଶ ହୋଇଥିବା ରୁ ରୁଷିଆ ର ରାଷ୍ଟ୍ରପତି ପୁଟିନ ତାକୁ ନିଜ ନିୟନ୍ତ୍ରଣ ରେ ଆଣିବାକୁ ଚଂହୁଥିଲେ। ମାତ୍ର ୟୁକ୍ରେନ ତାର ନିଜ ଦେଶ ର ସାର୍ବଭୌମ ହରାଇବାକୁ କେବେ ବି ଚାହେଁନି ବୋଲି କରିବାର ପରେ ଗତ ଗୁରୁବାର ଦିନ ରୁଷିଆ ର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୋଧ ରେ ଯୁଦ୍ଧ ଘୋଷଣା କରିଥିଲେ। ତେବେ ଏହି ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଚାଲିଛି।

ତେବେ ବର୍ତ୍ତମାନ ଏହି ମହାଯୁଦ୍ଧ ରେ ୟୁକ୍ରେନ ରୁ ଏହିପରି ଏକ ହୃଦୟ ବିଦାରକ ଭିଡ଼ିଓ ଦେଖିବାକୁ ମିଳିଛି ତାହା ଦେଖିଲେ ଆପଣ ଙ୍କର ହୃଦୟ ଭାଙ୍ଗିଯିବ। ତେବେ ଭିଡ଼ିଓ ଟିରେ ଦେଖାଯାଇଛି କି , ରୁଷିଆ ର ଏକ ଟ୍ୟାଙ୍କ ୟୁକ୍ରେନ ର ଏକ ସାଧାରଣ ନାଗରିକ ଙ୍କର କାର ଉପରେ ଗୁଳି ବର୍ଷଣ କରି କାର ଟିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ସହ କାର ମଧ୍ୟରେ ଥିବା ଦୁଇ ଜଣ ବ୍ୟକ୍ତି ଙ୍କର ହତ୍ୟା କରିଛି। ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନ ଙ୍କ ମଧ୍ୟରେ ବିଷାଦ ଖେଳି ଯାଇଛି।

ତେବେ ସୂଚନାଯୋଗ୍ୟ ଯେ , ୟୁକ୍ରେନ ର ରାଜଧାନୀ କିବ ର ମାକଭିର ଠାରେ ଏହି ଦୃଶ୍ୟ ରହିଛି। ଯେଉଁ ରାସ୍ତା ରେ ଦୁଇ ଜଣ ୟୁକ୍ରେନ ବାସୀ କାର ରେ ଯାଉଥିଲେ କିନ୍ତୁ ଏହି ସମୟ ରେ କାର ର ବିପରୀତ ଦିଗ ରୁ ରୁଷିଆ ର ଏକ ଯୁଦ୍ଧ ଟ୍ୟାଙ୍କ ଆସୁଥିଲା। ଆଉ କାର ଟିକୁ ଦେଖିବା ମାତ୍ରେ ତା ଉପର କୁ ଗୁଳି ମାଡ଼ ଆରମ୍ଭ କରିଥିଲେ ,ପ୍ରଥମେ ଦୁଇ ଟି ଗୁଳି ମାରିବା ପରେ ପୁଣି ଥରେ ତା ପାଖକୁ ଯାଇ କାର ଉପରେ ଦ୍ୱିତୀୟ ଥର ଆକ୍ରମଣ କରିଥିଲେ। ଫଳ ରେ କାର ଟି ସେହି ସ୍ଥାନରେ ବିସ୍ଫୋରଣ କରିଥିଲା ଏବଂ ତା ଭିତରେ ଥିବା ଦୁଇ ଜଣ ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଥିଲା ।


ତେବେ ଏହି ଭିଡ଼ିଓ ଟିକୁ ୟୁକ୍ରେନ ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସେୟାର କରାଯାଇ ଥିଲା। ତେବେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦୦ ରୁ ଅଧିକ ୟୁକ୍ରେନ ର ନାଗରିକ ଙ୍କର ମୃତ୍ୟୁ ହୋଇଛି ଆଉ ଆର୍ମି ମାନଙ୍କ ର କଥା ନକହିବା ଭଲ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।