Just another WordPress site

ଆଖି ଆଗରେ ଦେଖିଛି ବାପା ମା’ଙ୍କ ମୃତ୍ୟୁ ,ନିଜ ଜୀବନ ବଞ୍ଚାଇବାକୁ କାନ୍ଦି କାନ୍ଦି ୟୁକ୍ରେନ୍‌ ଛାଡି କୁନି ପିଲା ଚାଲିଲା 300 କିମି… ଦେଖନ୍ତୁ Video

0 62

ବନ୍ଧୁଗଣ ଆପଣ ବର୍ତ୍ତମାନ ଜାଣିଥିବେ କି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ।କିଛି ଦିନ ତଳେ ରୁଷିଆ ର ଆର୍ମି ମାନେ ୟୁକ୍ରେନ ର କିଛି ଅଂଶ ରେ ଯାଇ ରହୁଥିଲେ ଏବଂ ୟୁକ୍ରେନ ଗୋଟିଏ ଛୋଟ ଦେଶ ହୋଇଥିବା ରୁ ରୁଷିଆ ର ରାଷ୍ଟ୍ରପତି ପୁଟିନ ତାକୁ ନିଜ ନିୟନ୍ତ୍ରଣ ରେ ଆଣିବାକୁ ଚଂହୁଥିଲେ।

ମାତ୍ର ୟୁକ୍ରେନ ତାର ନିଜ ଦେଶ ର ସାର୍ବଭୌମ ହରାଇବାକୁ କେବେ ବି ଚାହେଁନି ବୋଲି କରିବାର ପରେ ଗତ ଗୁରୁବାର ଦିନ ରୁଷିଆ ର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୋଧ ରେ ଯୁଦ୍ଧ ଘୋଷଣା କରିଥିଲେ। ତେବେ ଏହି ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଚାଲିଛି।

ଏହି ରୁଷିଆ-ୟୁକ୍ରେନ ର ଯୁଦ୍ଧ କୁ ଆଜି ୧୩ ଦିନ ହୋଇଗଲା ଆଉ ୟୁକ୍ରେନବାସୀ ଙ୍କର ଅବସ୍ଥା ଦେଖିଲେ ଆପଣ କାନ୍ଦିପକେଇବେ।ବର୍ତ୍ତମାନ ୟୁକ୍ରେନ ବାସୀ ମାନେ ସାଜିଛନ୍ତି ଶରଣାର୍ଥୀ ନିଜ ଜୀବନ ବଞ୍ଚାଇବା ପାଇଁ ନିଜ ଭିଟା ମାଟି ଛାଡି ଅଲଗା ଦେଶ କୁ ଚାଲିଛନ୍ତି। ଏହି ଭିତରେ କିଏ କାହା ବାପା କୁ ହରାଇଛି ତ କିଏ ନିଜ ପୁଅ କୁ ,ଯୁଦ୍ଧ ର ଏହି ବିଭୀଷିକା ଦୃଶ୍ୟ ସତରେ ବହୁୟ କରୁଣମୟ। ତେବେ ଏହି ଭିତରେ ବର୍ତ୍ତମାନ ୟୁକ୍ରେନ ରୁ ଗୋଟିଏ ଶିଶୁ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ର ବେଦନା ର ସ୍ୱର ଯୁଦ୍ଧ ଠାରୁ ଆହୁରି ଦୁଃଖନିୟ ଅଟେ।

ତେବେ ରୁଷିଆ-ୟୁକ୍ରେନ ଯୁଦ୍ଧ ରେ ନିଜ ଜୀବନ କୁ ବଞ୍ଚାଇବା ପାଇଁ ବର୍ତ୍ତମାନ ୟୁକ୍ରେନ ଛାଡି ଚାଲିଛନ୍ତି ଅନ୍ୟ ଦେଶ କୁ ଏଠାକାର ଲୋକ ମାନେ। ତେବେ ଏହି ଭିତରେ ଜଣେ କୁନି ପୁଅ ଟିଏ ରହିଛି କିନ୍ତୁ ସମସ୍ତ ଙ୍କର ପାଖରେ ନିଜ ନିଜର ପ୍ରିୟଜନ ରହୁଛନ୍ତି ମାତ୍ର ଶିଶୁ ଟି ପାଖରେ କେହି ନାହାନ୍ତି। ଶିଶୁ ଟିର ବୟସ ୭-୮ ବର୍ଷ ହେବ ଆଉ ବର୍ତ୍ତମାନ ଏହି ରାସ୍ତା ରେ ଯିବା ବେଳେ ତା ସହ କେହି ନାହାନ୍ତି। ଶୁଣାଯାଉଛି ଶିଶୁ ଟିର ହୃଦୟ ର ଯନ୍ତ୍ରଣା ଏବଂ ତାହାର କୋହଭରା କାନ୍ଦ। ତଥାପି ତାର ବାଦ ଅଟକି ନାହିଁ ସେହିପରି ଆଗକୁ ଚାଲିଛି।

ତେବେ ଏହି ଶିଶୁ ଟିର ବେଦନା ର ସ୍ୱର ଯୁଦ୍ଧ ଠାରୁ ବହୁତ ଅଧିକ ହୃଦୟ ବିଦାରକ ଅଟେ। ତେବେ କେବେ ସରିବ ଏହି ୟୁକ୍ରେନ-ରୁଷିଆ ର ଯୁଦ୍ଧ ,ଆହୁରି କେତେ ଜନ ଏହିପରି ଅନାଥ ହେବେ ତାହା କେହିବି କହିପାରିବେ ନାହିଁ। ମାତ୍ର ଏହି ଯୁଦ୍ଧ ରେ କିଏ ଜିତିବ କିଏ ହାରିବ ତାହା ସମୟ କହିବ କିନ୍ତୁ ୟୁକ୍ରେନ ବାସୀ ଙ୍କର ଏହି ଦୁଖଃ ଯନ୍ତ୍ରଣା କୁ କିଏ ସହିପାରିବ ।ତେବେ ଆମେ ଆଶା କରୁଛୁ କି ଏହି ଯୁଦ୍ଧ ବହୁତ ଜଲ୍ଦି ଶେଷ ହୋଇଯାଉ ଏବଂ ୟୁକ୍ରେନ ବାସୀ ମାନେ ନିଜ ନିଜର ବାସ ସ୍ଥାନ କୁ ଫେରି ଆସନ୍ତୁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।