Just another WordPress site

ରେଷ୍ଟୁରାଣ୍ଟ ରେ ସ୍ବାମୀ-ସ୍ତ୍ରୀ ଖାଇବା ଖାଉଥିଲେ ହଠାତ୍ ନିଜ ଛୋଟପିଲା ସହ ହେଲା ଏଭଳି ଦେଖନ୍ତୁ 3ସେକେଣ୍ଡର ଭିଡିଓ…ନିଆଁଭଳି ଭାଇରାଲ ହେବାରେ ଲାଗିଛି

0 79

ଗୋଟିଏ ଛୋଟ ପିଲା କୁ ସବୁବେଳେ ଜଗିରଖିବା କୁ ପଡିଥାଏ କାରଣ ସେମାନେ ବହୁତ ଦୁଷ୍ଟ ହୋଇଥାନ୍ତି ଏବଂ କେତେବେଳେ କଣ କରିଦେବେ ତାହା କାହାକୁ ଜଣା ପଡେ ନାହିଁ, ଆଉ ବିପଦ କୁ ଟାଣି ଆଣିଥାନ୍ତି। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଏହିପରି ଏକ ଘଟଣା ବିଷୟ ରେ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଘଟଣା ଟି କିଛି ଏହିପରି ଥିଲା କି ଗୋଟିଏ କୁନି ପିଲା ଟି ଭୁଲ ରେ କିଛି ଖାଇନେଇ ଥିଲା ଆଉ ଜୀବନ ମୃତ୍ୟୁ ମଧ୍ୟରେ ଫସିଯାଇଥିଲା। କିନ୍ତୁ ସୌଭାଗ୍ୟ ଵଶତ୍ୱ ଜଣେ ଅଜଣା ବ୍ୟକ୍ତି ଙ୍କ ସାହାଯ୍ୟ ରେ ପିଲା ଟି ବଂଚିଯାଇଥିଲା।

ତେବେ ଘଟଣା ଅନୁଯାୟୀ ଜଣେ ସ୍ୱାମୀ ସ୍ତ୍ରୀ ତାଙ୍କର 7-8 ବର୍ଷର ପିଲା ସହ ଗୋଟିଏ ରେସ୍ତୁରେଣ୍ଟକୁ ଖାଇବାକୁ ଯାଇଥିଲେ ।ରେସ୍ତୁରେଣ୍ଟ ଭିତରେ ବହୁତ ଲୋକ ଖାଦ୍ୟ ଖାଉଥିଲେ ଆଉ ସେମାନେ ବି ଯାଇ ନିଜର ଅର୍ଡର ମୁତାବକ ଖାଦ୍ୟ ଖାଉଥିଲେ ତେବେ ସେହି ଦମ୍ପତିଙ୍କ ଛୋଟ ପିଲା ସହ ଏମିତି କିଛି ଘଟିଲା ଯାହା ସମସ୍ତଙ୍କର ଖାଇବା ବନ୍ଦ କରି ଦେଇଥିଲା ।ତେବେ ଆପଣ ବି ଜାଣିଲେ ସେହି ଘଟଣା ବିଷୟରେ ନିସ୍ତବ୍ଧ ହେଇଯିବେ ।

ଏବେ ଆସନ୍ତୁ ଜାଣିବା କଣ ଘଟିଥିଲା ସେହି ଦମ୍ପତିଙ୍କର ପିଲା ସହ ।ତେବେ ବାପମାଆ ଟିକିଏ ଅନ୍ୟମନସ୍କ ଥିବା ସମୟରେ ତାଙ୍କର ପିଲା କଣ ଗୋଟିଏ ପାଟିରେ ପୁରେଇ ଦେଇଥିଲା ।ଆଉ ସେହି ଜିନିଷ ପିଲାଟିର ତଂଟିରେ ଲାଗି ଯାଇଥିଲା ଆଉ ବାହାରକୁ କି ଭିରରକୁ ଯାଉ ନଥିଲା ।ତେବେ ଯେତେବେଳେ ପିଲାଟିର ବାପମାଆ ଏହା ଦେଖିଲେ ବହୁତ ବିବ୍ରତ ହେଇଯାଇଥିଲେ ତା ସହିତ ରେସ୍ତୁରେଣ୍ଟରେ ଥିବା ଅନ୍ୟ ଲୋକ ମାନେ ସେଠାରେ ଘେରି ଯାଇଥିଲେ ।ଆଉ ସମସ୍ତେ ବହୁତ ଚେଷ୍ଟା କରିଥିଲେ ପିଲାଟିର ଟଂନ୍ତିରେ ଅଟକିଥିବା ଜିନିଷକୁ ବାହାର କରିବା ପାଇଁ କିନ୍ତୁ ସମସ୍ତେ ବିଫଳ ହେଇଥିଲେ ।

ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ହେଉଛି ସେମାନଙ୍କ ଭିତରୁ କେହି ଜଣେ ବ୍ୟକ୍ତି ବାହାରକୁ ଯାଇ ଗୋଟିଏ ଏମିତି ଇକ୍ୟୁପମେଣ୍ଟ ନେଇ ଆସିଥିଲେ ଯାହାକୁ ପିଲାଟିର ପାଟିରେ ପୁରେଇ ତଂଟିରେ ଅଟକି ଥିବା ଜିନିଷଟୀକୁ ବାହାର କରିଦେଇଥିଲେ ।ଆଉ ତାପରେ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଜଣା ପଡିଥିଲା ,ତେବେ ସେହି ଇକ୍ୟୁପମେଣ୍ଟର ନାମ “ଲାଇଭ ଡ୍ୟାକ” ଥିଲା ଯାହାକି ଗୋଟିଏ ଛୋଟ ପିଲା କୁ ଏହିପରି ପରିସ୍ଥିତି ରେ ସାହାଯ୍ୟ କରିପାରିବ।

ବନ୍ଧୁମାନେ ଯଦି ଆପଣ କେବେ ଏମିତି ପରିସ୍ଥିତିରେ ପଡ଼ନ୍ତି ତେବେ ଆପଣ ବି ଏହି “ଲାଇଭ ଡ୍ୟାକ”ର ସାହାଯ୍ୟ ନେଇ ପାରିବେ ।ଆଉ ପ୍ରତ୍ୟେକ ବାପମାଆ ମାନେ ଯେତେବେଳେ ବି ଜୁଆଡ଼େ ଯାଉଛନ୍ତି ଆଉ ସାଙ୍ଗରେ ଛୋଟ ପିଲା ଅଛି ତେବେ ତାଙ୍କୁ ସବୁବେଳେ ନିଜ ନଜରରେ ରଖନ୍ତୁ ।ଆଉ ନିଜ ଘରେ ବି ତାଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ ନହେଲେ କେତେବେଳେ କଣ ହେବ ତାହା କହିହେବ ନାହିଁ ।ତେବେ ଆଶା କରୁଛୁ ଏହି ଘଟଣା ରୁ ଆପଣ ବହୁତ କିଛି ଶିକ୍ଷା କରିବେ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।