Just another WordPress site

“ଯେତେବେଳେ ଝିଅମାନେ ବାହାରକୁ ସୁଟିଂ ପାଇଁ ଯାଉଛନ୍ତି ସେତେବେଳେ…ଶୁଣନ୍ତୁ ମହିଳାଙ୍କର ରୋକ୍ ଠକ୍ ଜବାବ୍ ଉତ୍ତର..

0 60

ବନ୍ଧୁଗଣ ବର୍ତ୍ତମାନ ଓଡ଼ିଶାର ଭୁବନେଶ୍ଵର ର ଭରତପୁର ରୁ ଆସିଥିବା ଏକ ଘଟଣା ବିଷୟରେ ଆପଣ ବେଶ ଭଲ ଭାବରେ ଜାଣିଥିବେ। ତେବେ ଏଠାରେ ଦୁଇ ଜଣ ବ୍ୟକ୍ତି ଜଣେ ଗ୍ରାମ ର ନାବାଳକ ଙ୍କୁ ଆଲବମ ରେ ଲିଡ଼ ରୋଲ ଦେବେ ବୋଲି କହି ସୁଟିଂ ପାଇଁ ଆଣିଥିଲେ। ଆଉ କୁନି ଝିଅ ଟିର ଅଭିନୟ ପ୍ରତି ବହୁତ ଆଗ୍ରହ ଥିବା ରୁ ସେ ଦୁଇ ବ୍ୟକ୍ତି ଙ୍କର କଥା ରେ ରାଜି ହୋଇଯାଇ ଥିଲା ଆଉ ଭୁବନେଶ୍ୱର ଆସିଥିଲା ଅଭିନୟ କରିବା ପାଇଁ।କିନ୍ତୁ ସେହି ବ୍ୟକ୍ତି ମାନେ ନାବାଳିକା ଙ୍କୁ ଅଭିନୟ ର ଲାଳସା ଦେଖାଇ ତାହାକୁ ଦୁଷ୍କର୍ମ କରିଥିଲେ।

ତେବେ ଏହି ଘଟଣା ନେଇ ନାବାଳକ ଜଣଙ୍କ ଥାନା ରେ ଅଭିଯୋଗ କରିବା ସହ ସୋସିଆଲ ମିଡ଼ିଆ ରେ ୟେ ବିଷୟ ରେ କହିଥିଲେ। ତେବେ ବର୍ତ୍ତମାନ ସାରା ଓଡ଼ିଶାରେ ଏହି ଘଟଣା କୁ ନେଇ ଚର୍ଚ୍ଚା ଚାଲିଛି କିଏ ସେହି ଦୁଇ ଜଣ ବ୍ୟକ୍ତି ଙ୍କୁ ଦୋଷ ଦେଉଛନ୍ତି ତ କିଏ ପୁଣି ସେହି ଝିଅ ଟିକୁ ଦୋଷ ଦେଉଛନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଘଟଣା କୁ ନେଇ ଲୋକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ତେବେ ଏହି ଝିଅ ଟିର ମାମଲା କୁ ନେଇ ଦେଇଥିବା ମତ ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ। ତେବେ ଜଣେ ଯୁବତୀ ଏହି ଝିଅ ଟିର ମାମଲା କୁ ନେଇ ଯାହା କହିଛନ୍ତି ତାହା ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।

ତେବେ ଯୁବତୀ ଜଣଙ୍କ କହିଥିଲେ କି , ଯେତେବେଳେ ଜଣେ ଗାଁ ଝିଅ ଟି ସହର କୁ କିଛି ନୂଆ କରିବା କୁ ଆସିଥାଏ ସେତେବେଳେ ସେ ପ୍ରଥମେ ସେହି ଲୋକ ମାନ ଙ୍କ ବିଷୟରେ ଭଲ ଭାବରେ ଜାଣିବା ଦରକାର କି ସେମାନେ କିଏ ଏବଂ ସତରେ ଅଭିନୟ ରେ କାମ ଦେବେ କି ନାହିଁ। ଦ୍ଵିତୀୟ କଥା ତାଙ୍କର ପରିବାର ଲୋକେ ଝିଅ କୁ କୋଉଠି ଏକା ଏହିପରି ଛାଡିବା ଉଚିତ ନୁହେଁ କାରଣ ବର୍ତ୍ତମାନ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଅନୀତି ବିଷୟରେ ଆମେ ସମସ୍ତେ ଜାଣିଛୁ।

ତେବେ ଝିଅ ଟି ମଧ୍ୟ ଯେତେବେଳେ ଏହି ଅଫର ଜାଣିବାକୁ ପାଇଲେ ସେତେବେଳେ ତାଙ୍କୁ ଏକାକୀ ସହର କୁ ଆସିବାର ନଥିଲା ପ୍ରଥମେ ନିଜ ପରିବାର କୁ ୟେ ବିଷୟ ରେ ସମ୍ପୂର୍ଣ୍ଣ କଥା ଜଣାଇ ନିଜ ପରିବାର ଜଣେ ଲୋକ ଙ୍କୁ ସାଙ୍ଗରେ ନେଇ ଆସିବାର ଥିଲା। କିନ୍ତୁ ଝିଅ ଟି ତାହା ନକରି ଅଭିନୟ କରିବା ଲୋଭ ରେ ଏକ ସହର କୁ ଆସିଯିବା ଠିକ କରିନାହିଁ ଆଉ ଏହି କାରଣ ରୁ ତା ସହିତ ଆଜି ଏହିପରି ଘଟଣା ଟି ଘଟିଗଲା। ତେବେ ସମସ୍ତେ ଯେତେବେଳେ କିଛି ସୁଯୋଗ ପାଇ ଚାକିରୀ କିମ୍ବା ଅଭିନୟ ପାଇଁ ଆସୁଛନ୍ତି ସେତେବେଳେ ଏହି ସବୁ କଥା ଧ୍ୟାନ ରେ ରଖିବା ଉଚିତ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।