
ମହୁଲ ଫୁଲ ବିକ୍ରି କରି ପୁଅ କୁ କଲେକ୍ଟର କରିଛନ୍ତି ମା…..IAS ରାଜେନ୍ଦ୍ର ଙ୍କର ସଂଘର୍ଷମୟ କାହାଣୀ ବିଷୟରେ ଜାଣିଲେ ଆଖିରୁ 2ଟୋପା ଲୁହ ବାହାରି ଆସିବ..
ବହୁ ମହାପୁରୁଷ ମାନେ କହିଛନ୍ତି କି,ଯଦି ଆପଣଙ୍କ ର ଲକ୍ଷ ବଡ଼ ହୋଇଥାଏ ଏବଂ ଆପଣ ଯଦି ନିଜ ଲକ୍ଷ ବା ଉଦେଶ୍ୟ କୁ ପୂରଣ କରିବା ପାଇଁ କାର୍ଯ୍ୟ କରିଥାନ୍ତି ତେବେ ଆପଣଙ୍କୁ କେହି ବି ଅଟକି ପାରିବେ। ବୟସ , ପରିବାର , ଟଙ୍କା ପଇସା କେଵଳ ଗୋଟିଏ ଗୋଟିଏ ବାହାନା ହୋଇଥାଏ। ତେବେ ଏହାକୁ ସତ୍ୟ ରେ ପ୍ରକାଶ କରି ଦେଖାଇଛନ୍ତି ଜଣେ ମହୁଲ ବିକାଳୀ ଙ୍କର ପୁଅ ରାଜେନ୍ଦ୍ର ଭରଦ ।
ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ IAS ରାଜେନ୍ଦ୍ର ଙ୍କର ସଙ୍ଘର୍ଷମୟ କାହାଣୀ ତଥା ତାଙ୍କର ପ୍ରେରଣା ବିଷୟ ରେ ଜଣେଇବାକୁ ଯାଉଛୁ ଯାହା ଆପଣ ଙ୍କୁ ନିଜ ଜୀବନ ରେ ସଫଳତା ଦେବାରେ ସାହାଯ୍ୟ କରିବ ନିଶ୍ଚିତ। ତେବେ ରାଜେନ୍ଦ୍ର ଭରଦ୍ଦ ହେଉଛନ୍ତି ମହାରାଷ୍ଟ୍ର ର ଜଣେ ଗରିବ ପରିବାର ର ଯୁବକ ଜିଏକି ୧୯୮୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଜନ୍ମ ଗ୍ରହଣ ପରେ ପରେ ତାଙ୍କର ବାପା ଙ୍କର ମୃତ୍ୟୁ ହୋଇଥିଲା ଆଉ ମା କମଳାବାଇ ଙ୍କର ତିନୋଟି ଛୁଆ ଥିଲେ , ରାଜେନ୍ଦ୍ର ଥିଲେ ଦିତୀୟ ଛୁଆ।
ବାପା ନଥିବା ରୁ ମା କମଳାବାଇ ମହୁଲ ବିକ୍ରି କରି ତିନି ପିଲାଙ୍କୁ ପାଠ ପଢିବା ର ସ୍ୱପ୍ନ ଦେଖିଥିଲେ ଆଉ ସେହି ମହୁଲ ଫୁଲ ବିକ୍ରି ଟଙ୍କା ରେ ଗଜର ବି ଚଳାଉଥିଲେ।ତେବେ ରାଜେନ୍ଦ୍ର ପିଲା ଦିନରୁ ବହୁତ ଭଲ ଛାତ୍ର ଥିଲେ ତେଣୁ ଷଷ୍ଠ ଶ୍ରେଣୀ ରୁ ତାଙ୍କୁ ନବଦୟ ବିଦ୍ୟାଳୟ ରେ ପଢିବା ର ସୁଯୋଗ ମିଳିଲା। ପାଠ ରେ ସେ ଥିଲେ ବହୁତ ଉନ୍ନତ ଆଉ ଦଶମ ଏବଂ ଯୁକ୍ତ ୨ ରେ ସେ ପରୀକ୍ଷା ରେ ଶୀର୍ଷ ସ୍ଥାନରେ ଥିଲେ। ପିଲା ଦିନରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଆଉ ତାହା ଧୀରେ ଧୀରେ ପୁରୁଣ ହେବାକୁ ଲାଗିଲା ମୁମ୍ବାଇ ର ମେଡିକାଲ କଲେଜ ରେ ତାଙ୍କୁ ସିଟ ମିଳାଲା।
ଆଉ ସେ ତାଙ୍କର ସ୍ୱପ୍ନ କୁ ପୂରଣ କରି ଜଣେ ଡାକ୍ତର ହୋଇଗଲେ। କିନ୍ତୁ ଡାକ୍ତର ହେବା ପରେ ଲୋକଙ୍କ ସେବା କରୁ କରୁ ସେ ନିଷ୍ପତ୍ତି ନେଲେ କି UPSC ପରୀକ୍ଷା ଦେବେ ବୋଲି ,ଆଉ ମେଡ଼ିକାଲ କରିବା ସହ UPSC ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ତେବେ ପ୍ରଥମ ଥର ପରୀକ୍ଷା ଦେଇ ସେ UPSC ରେ ଉତ୍ତୀର୍ଣ୍ଣ ହୋଇଗଲେ ମଧ୍ୟ କିନ୍ତୁ କଲେକ୍ଟର ହେବାକୁ କିଛି ମାର୍କ କମ ହୋଇଗଲା। ତେବେ ପୁଣି ସେ ପରୀକ୍ଷା ପାଇଁ ଲାଗିଲେ ଏବଂ ୨୦୧୩ ମସିହାରେ ବହୁତ ଭଲ ରେଙ୍କ ରେ UPSC ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଲେ ବର୍ତ୍ତମାନ ସେ ଜଣେ କଲେକ୍ଟର ଅଟନ୍ତି।
ତେବେ ସେ କହନ୍ତି କି,”ନିଜର ପରିସ୍ଥିତି ଏବଂ ପରିବାର ର ସ୍ଥିତି କୁ ନଜର ରେ ରଖି କେବେ ବି ଉଦାସ ହୁଅନ୍ତୁ ନାହିଁ। ନିଜ ଲକ୍ଷ ସ୍ଥିର କରନ୍ତୁ ଏବଂ ସେହି ପଥରେ ଆଗେଇ ଚାଲନ୍ତୁ ସଫଳତା ନିଶ୍ଚିତ ଭାବରେ ଆପଣ ଙ୍କର ପାଦ ଛୁଇଁବ। “ତେବେ ତାଙ୍କର ଏହି କାହାଣୀ ହଜାର ହଜାର ପିଲାଙ୍କୁ ପ୍ରେରଣା ଦେବ ବୋଲି ଆମେ ଆଶା କରୁଛୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।