Just another WordPress site

ଗର୍ଭନିରୋଧ(Contraceptives) କ’ଣ ଓ ଏହା କାହିଁକି ଜରୁରୀ ? ଗର୍ଭନିରୋଧକ ବ୍ୟବହାରର ସଠିକ୍‌ ବୟସ କେତେ,ଏହାର ପାର୍ଶ୍ୱ ପ୍ରତିକ୍ରିୟା ରହିଛି କି

0 355

ମାତୃତ୍ୱ ପ୍ରତ୍ୟେକ ନାରୀ ଜୀବନରେ ସାର୍ଥକତା ଆଣିଥାଏ, ପ୍ରତ୍ୟେକ ନାରୀ ଯେତେବେଳେ ମାଆ ହୁଅନ୍ତି ସେତେବେଳେ ତାଙ୍କ ଜୀବନର ସମ୍ପୂର୍ଣ୍ଣତା ଆସିଥାଏ ।ତେବେ ଆଜିକାଲି ବହୁତ ସମୟରେ ଭୁଲ ବଶତ ନାରୀମାନେ ଅଜାଣତରେ ଗର୍ଭଧାରଣ କରିଥାଆନ୍ତି ।ଆହୁରି ଦେଖାଯାଏ କି ସେମାନେ ଗର୍ଭବତୀ ହେବାକୁ ଚାହାନ୍ତି ନାହିଁ ।

ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜିକାଲି ବହୁତ ଉପାୟ ବାହାରିଲାଣି କିନ୍ତୁ ସେ ଗୁଡିକ ଭିତରୁ କୋଉଟି ଭଲ ଖରାପ ଜାଣିବା ଦରକାର ହେଁଲର ଭବିଷ୍ୟତରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ସାଧାରଣତଃ ମହିଳା ମାନେ ଶସ୍ତା ଓ ସୁନ୍ଦର ଭାବି ଗର୍ଭ ନିରୋଧକ ବଟିକା ଖାଇ ଥାଆନ୍ତି, ତେବେ ଜାଣିଛନ୍ତି ଏହି ଗର୍ଭ ନିରୋଧକ ବଟିକା ଗୁଡିକ କେତେ ହାନି କାରକ ।ତେଣୁ ଏହାକୁ ଖାଇବା ଉଚିତ ନୁହେଁ ତାଛଡ଼ା ଏବେ ଆହୁରି ବହୁତ ନୂଆ ନୂଆ ଉପାୟ ବାହାରିଲାଣି ଯାହାର କିଛି ସାଇଡ ଇଫେକ୍ଟ ନଥାଏ ।
ତେବେ ଆମ ଦେଶରେ ଆଜି ବି ବାଲ୍ୟ ବିବାହର ପ୍ରଥା ରହିଛି ଯାହା ପାଇଁ ବହୁତ କମ ବୟସର ଝିଅ ମାନେ ମାଆ ହେଇ ଯାଆନ୍ତି ଆଉ ଏଥି ପାଇଁ ଭବିଷ୍ୟତରେ ବହୁତ ଶାରୀରିକ ଅସୁବିଧାର ଭୋଗି ଥାଆନ୍ତି ।

ଆଉ ଯଦି ସେମାନେ ଗର୍ଭ ଧାରଣ ନକରିବା ପାଇଁ ସେହି କଣ୍ଟ୍ରାସେପ୍ଟିକ ପିଲ ଖାଇବେ ତାହେଲେ ଆହୁରି ତାଙ୍କ ଜୀବନ ନର୍କ ହେଇଯିବ ।ତେବେ କୌଣସି ପ୍ରକାର କଣ୍ଟ୍ରାସେପ୍ଟିକ ନେବା ପାଇଁ ହେଲେ 16 ବର୍ଷରୁ ଅଧିକା ବୟସ ହେଇଥିବା ଦରକାର ।ତେବେ ଉନ୍ନତ ନୂତନ ବିଜ୍ଞାନର ଆବିଷ୍କାର ପାଇଁ ଆଜି ଏହି ଗର୍ଭ ଧାରଣ ରୋକିବାର ସବୁଠୁ ନିରାପଦ ଜନକ ଉପାୟ ଗୁଡିକ ବାହାରିଛି ଯାହା ଶରୀରକୁ କ୍ଷତି ପହଂଚାଇବ ନାହିଁ ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକୁ ।

1.ତେବେ ପ୍ରଥମ ଉପାୟ ହେଉଛି ଯଦି କୌଣସି ମହିଳା ଅନିଚ୍ଛା ଅଛନ୍ତି ଗର୍ଭଧାରଣ ପାଇଁ ତାହେଲେ ତାହେଲେ ଏମିତି କିଛି ଇଂଜେକସନ ବାହାରିଲାଣି ଯାହାକୁ ଲଗେଇ ଗର୍ଭଧାରଣକୁ ରୋକି ପାରିବେ ।
2.ଆହୁରି ଆପଣ ଶାରୀରିକ ସମ୍ପର୍କ ରଖିବା ଆଗରୁ ଗର୍ଭନିରୋଧକ ବା କଣ୍ଡମର ବ୍ୟବହାର କରିପାରିବେ ।

3.ଆହୁରି ଏକ ସ୍ଥାୟୀ ସମାଧାନ ବି ରହିଛି ଯେଉଁଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସହମତି ରହିବା ଦରକାର ।ତେବେ ଉପାୟଟି ହେଉଛି ବନ୍ଧ୍ୟାକରଣ ଯାହା ଏବେ ଉଭୟ ନାରୀ ଓ ପୁରୁଷ କରିପାରିବେ ।ତେବେ ଏହା ଦ୍ବାରା ଭବିଷ୍ୟତରେ ସେମାନେ ଆଉ ପିଲା ଜନ୍ମ କରିପାରନ୍ତି ନାହିଁ ।ତେବେ ଏହି ଉପାୟ ସେହିମାନେ ଆପଣେଇ ଥାଆନ୍ତି ଯେଉଁମାନଙ୍କର ଆଉ ପିଲାର ଆବଶ୍ୟକତା ନଥାଏ ।ତେବେ ବନ୍ଧୁମାନେ ଏହା ଛଡା ଆହୁରି ଅନେକ ଆଧୁନିକ ଉପାୟରେ ଆପଣ ଗର୍ଭ ଧାରଣକୁ ରୋକି ପାରିବେ ଯାହା ଶରୀରକୁ କ୍ଷତି କରି ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।