Just another WordPress site

Breaking News – ଏବେ ଏବେ ହଠାତ “କାଚା ବାଦାମ” ଗୀତର ଗାୟକ ଭୁବନ ବାଦ୍ୟକାର ବର୍ତ୍ତମାନ ହସ୍ପିଟାଲ ରେ ଭର୍ତ୍ତି ହେଲେ

0 42

ବର୍ତ୍ତମାନ ସମସ୍ତ ଙ୍କ ପାଇଁ ଆସିଛି ଏକ ଅତ୍ୟନ୍ତ ଦୁଃଖ ର ଘଟଣା , ସୂଚନା ଅନୁସାରେ ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚା ରେ ଥିବା ଗୀତ “କାଚା ବାଦାମ” ର ଗାୟକ ଭୁବନା ଦିବାକର ଙ୍କର ସଡ଼କ ଦୁର୍ଘଟଣା ହୋଇଛି। ବର୍ତ୍ତମାନ ତାଙ୍କୁ ଅତି ଗୁରୁତ୍ୱର ଅବସ୍ଥାରେ ପଶ୍ଚିମବଙ୍ଗ ର ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଭୁବନା ଙ୍କର ଏହି ଦୁର୍ଘଟଣା ବିଷୟ ରେ ଜାଣିବା ପରେ ଲୋକମାନେ ବହୁତ ଦୁଖଃ ପ୍ରକାଶ କରିଛନ୍ତି। ତେବେ ତାଙ୍କର ଗୀତ ରେ ଆଜି ସାରା ଜମାନା ଝୁମୁ ଥିବା ବେଳେ ସେ ଜୀବନ ସହ ହସ୍ପିଟାଲରେ ଲଢେ଼ଇ କରୁଛନ୍ତି।

ବନ୍ଧୁଗଣ ଆପଣ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ “କଚା ବାଦାମ” ଗୀତ ଟିକୁ ନେଇ ବହୁତ ଚର୍ଚ୍ଚା ରହିଛି, ଏହି ଗୀତ ଟିକୁ ନେଇ ପ୍ରାୟ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି।। ତେବେ ଏହି ଭାଇରଲ ଗୀତ ଟିକୁ ନେଇ ବର୍ତ୍ତମାନ ଭିନ୍ନ ଭିନ୍ନ କଳାକାର ମାନେ କମେଡ଼ି ଭିଡିଓ ବନାଇବା ରେ ଲାଗିଛନ୍ତି। ଆଉ ଯାହାର ରିମିକ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହଲଚଲ ମଚାଇବା ର ଦେଖିବାକୁ ମିଳିଛି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହି କଚା ବାଦାମ ଗୀତ ଟି ପଶ୍ଚିମବଙ୍ଗ ର ଜଣେ ବାଦାମ ବିକାଳୀ ନିଜ ବାଦାମ ବିକ୍ରି କରିବା ପାଇଁ ଏହି ଗୀତ ଟିକୁ ଗାଇଥିଲେ।

ତେବେ ଭୁବନା ହେଉଛନ୍ତି ଜଣେ ଗରିବ ବାଦାମ ବିକାଳୀ ଏବଂ ତାଙ୍କର ତିନି ଟି ଛୁଆ ଓ ସ୍ତ୍ରୀ ଅଛନ୍ତି। ତେବେ ସେ ନିଜ ପରିବାର ର ପେଟ ପୋଷିବା ପାଇଁ ଗାଁ ଗାଁ ବୁଲି ସାଇକେଲ ରେ ବାଦାମ ବିକ୍ରି କରୁଥିଲେ। ତେବେ ବାଦାମ ବିକ୍ରି କରିବା ପାଇଁ ସେ ନିଜ ମନ ରୁ ଏକ ଗୀତ ସଂରଚନା କରି ଗାଉଥିଲେ। ଯାହାର ନାମ ଏହିପରି ଥିଲା କି “କାଚା ବାଦାମ” , ସେ ଏହି ଗୀତ ଟିକୁ ବଙ୍ଗାଳୀ ଭାଷା ରେ ଗାଇଥିଲେ। ତେବେ ଜଣେ ବ୍ୟକ୍ତି ତାଙ୍କର ଏହି ଗୀତ ଟିକୁ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ।

ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରିଥିଲେ ଏବଂ ଧୀରେ ଧୀରେ ଏହା ଏତେ ଲୋକପ୍ରିୟତା ହାସଲ କରିଥିଲା କି ଏହାକୁ ନେଇ ଏକ ଗୀତ ଗାଇଥିଲେ।ଆଉ ସେ ଏହା ମଧ୍ୟ କହିଥିଲେ କି ତାଙ୍କୁ ବର୍ତ୍ତମାନ ଆଉ ସାଇକେଲ ରେ ବୁଲିବା କୁ ଭଲ ଲାଗୁନି ବୋଲି। ତେବେ ତାଙ୍କର ବର୍ତ୍ତମାନ ସଡ଼କ ଦୁର୍ଘଟଣା ହୋଇଛି ,ତେବେ ସେ ରାସ୍ତା ରେ କାର ଚଳେଇବା ଶିଖୁଥିବା ସମୟରେ ଦୁର୍ଘଟଣା ର ସ୍ୱୀକାର ହୋଇଥିଲେ।


ତେବେ ଏହି ଘଟଣା ଟି ସାମ୍ନା କୁ ଆସିବା ପରେ ଲୋକମାନେ ଭୁବନା ଙ୍କର ଦେହ ଶୀଘ୍ର ଠିକ ହୋଇଯିବା ନେଇ ଠାକୁର ଙ୍କ ପାଖରେ ପାର୍ଥନା କରିଛନ୍ତି। ତେବେ ଆମେ ମଧ୍ୟ ଆଶା କରୁଛୁ କି ସେ ବହୁତ ଜଲ୍ଦି ଠିକ ହୋଇ ଯାଆନ୍ତୁ। ଏବଂ ପୁଣି ଥରେ ତାଙ୍କର କାଚା ବାଦାମ ଗୀତ ଆମକୁ ଶୁଣନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।