Just another WordPress site

ପବିତ୍ର ଶିବରାତ୍ରୀ ଦିନ ମରିଗଲେ ବି କରନ୍ତୁ ନାହିଁ ଏହି କାମ ନ ଚେତ୍ ସର୍ବନାଶ ହୋଇଯିବ ସବୁକିଛି

0 47

ଶିବରାତ୍ରି ଏହା ବର୍ଷକରେ ଥରେ ପଡିଥାଏ ଏହିଦିନ ମାତା ପାର୍ବତୀ ଓ ଶିଵଙ୍କ ବିବାହର ଦିନ ହେଇଥିବାରୁ ଏହି ଦିନରେ ଶିବଙ୍କୁ ବିଶେଷ ରୂପରେ ପୂଜା କରାଯାଇଥାଏ ।ଆଉ ଏହା ଏକ ବିଶେଷ ଦିନ ହେଇଥିବାରୁ ଏହିଦିନ ବହୁତ ଲୋକମାନେ ବ୍ରତ ଓ ଉପବାସ କରି ଶିବଙ୍କୁ ପୂଜା ଆରାଧନା କରି ପ୍ରଭୁ ଶିବଙ୍କୁ ନିଜର ଗୁହାରି ଜଣେଇ ଥାଆନ୍ତି ।ତେବେ କିନ୍ତୁ ଏହି ବାର ଓ ଉପବାସ କରିବା ପାଇଁ ହେଲେ କିଛି ବିଶେଷ ନୀତି ନିୟମକୁ ଧ୍ୟାନରେ ରଖିବା ଦରକାର ।

ତେବେ ଧ୍ୟାନ ଦେଇ ଶୁଣନ୍ତୁ ଯଦି ଆପଣ ମହାଶିବରାତ୍ରି ବାର କରିବାକୁ ଚାହୁଁଛନ୍ତି ତେବେ ଏହି ନୀତି ନିୟମ ଗୁଡିକୁ ମାନନ୍ତୁ, ଏବେ ଆସନ୍ତୁ ଜାଣିବା ସେହି ନୀତି ନିୟମ ଗୁଡ଼ିକ।
-ତେବେ ଶିବିରାତ୍ରି ଦିନ ସକାଳୁ ସୂର୍ଯ୍ୟ ଉଦୟ ଆଗରୁ ନିଜର ନିତ୍ୟକର୍ମ ଓ ଗାଧୁଆ ପାଧୁଆ କାମ ସାରି ଦିଅନ୍ତୁ ।ଆଉ ତାପରେ ଧଳା,ନାଲି ବା ହଳଦିଆ ରଙ୍ଗର ଵସ୍ତ୍ର ପିନ୍ଧନ୍ତୁ ।କିନ୍ତୁ ଏହିଦିନ କଳା ରଙ୍ଗର ଵସ୍ତ୍ର ପିନ୍ଧନ୍ତୁ ନାହିଁ

-ଆଉ ଯେଉଁମାନେ ଏହି ଜାଗର ଉପବାସ କରୁଛନ୍ତି ସେମାନେ ମଦ ମାଂସ ଖାଆନ୍ତୁ ନାହିଁ ଆଉ ଧ୍ୟାନଦିଅନ୍ତୁ ଯେପରି କି ଘରର ଅନ୍ୟ ସଦସ୍ୟ ମାନେ ବି ଏହାକୁ ନଖାଆନ୍ତି ।
-ଏହି ଦିନ ଆପଣ ରାତିସାରା ଜାଗର ଦୀପ ଜାଳି ରଖନ୍ତୁ ଆଉ ଏହି ଦିନ ଅନ୍ନର ସେବନ କରନ୍ତୁ ନାହିଁ ।ଯଦି ନିର୍ଜଳ ଉପବାସ କରି ପାରନ୍ତି ବା କିଛି ଫଳ ଖାଇ ପାରିବେ ।
-ଏହି ଦିନ ଆପଣ କାହା ସହ ବି ଝଗଡ଼ା କରନ୍ତୁ ନାହିଁ ଆଉ ବିବାହିତ ଦମ୍ପତି ମାନେ ବ୍ରହ୍ମଚର୍ୟ୍ଯ ପାଳନ କରନ୍ତୁ ।
-ଏହି ଦିନ ଦାଡ଼ି ଶେଭିଂ ବା ଚୁଟି ଓ ନଖ କାଟନ୍ତୁ ନାହିଁ ।

-ଏହି ଦିନ ବେଲ ପତ୍ର ଟୋଲନ୍ତୁ ନାହିଁ ଏହାର ଗୋଟିଏ ଦିନ ଆଗରୁ ବେଲପତ୍ର ତୋଳି ରଖନ୍ତୁ ।
-ଏହିଦିନ ଗୁରୁଜନ ବା ସାଧୁ ମାନଙ୍କୁ ନିନ୍ଦା କରିବେ ନାହିଁ ।
-ଯଦି ଯେଉଁ ମହିଳାଙ୍କର ଋତୁସ୍ରାବ ଏହି ଦିନ ହେଇଥାଏ ସେମାନେ ବାର କରିପାରିବେ କିନ୍ତୁ ଭଗବାନଙ୍କୁ ଛୁଇଁବେ ନାହିଁ ।
ଆଉ ମନ ଭିତରେ ଆରାଧନା କରନ୍ତୁ ।
-ଗର୍ଭବତୀ ମାନେ ବି ଫଳ ଓ କ୍ଷୀର ତିଆରି ଜିନିଷ ଖାଇ ବାର କଟିପାରିବେ ।

-ତେବେ ଶିବଙ୍କୁ ଯାହା ବି ଭୋଗ ଲଗେଇବେ ସେଥିରେ ବେଲପତ୍ର ନିହାତି ରଖିବେ ।
-ଯେଉଁ ମାନେ ଶାରୀରିକ ଭାବେ ଉପବାସ କରିବା ପାଇଁ ଅକ୍ଷମ ସେମାନେ ଭୋଗର ଫଳକୁ ଭଲଭାବରେ ଖାଆନ୍ତୁ ।
-ଶିବରାତ୍ରି ଆଗଦିନ ତିନିପତ୍ର ଥିବା ବେଳପତ୍ରକୁ ଆଣି ସେଥିରେ ଓଁ ନମଃ ଶିବାୟ ଚନ୍ଦନରେ ଲେଖି ଦିଅନ୍ତୁ ।ଆଉ ତାକୁ ଶିଵଙ୍କ ଉପରେ ଛଡେଇ ଦିଅନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।