Just another WordPress site

Exclusive Interview – ସେଇ ଭାଇରଲ ଭିଡ଼ିଓ ପାଇଁ “ରାଜୁ” ମତେ ରାତି 12ଟାରେ ଫୋନ କରି ଲକ୍ଷେ ଟଙ୍କା ମାଗୁଛି କ’ଣ ରହିଛି ଏହା ପଛର ସତ ଦେଖନ୍ତୁ Twist ଭିଡିଓ

0 937

ତେବେ ବନ୍ଧୁଗଣ ଯଦିଓ ବର୍ତ୍ତମାନ ସମାଜ ରେ ଲୋକମାନ ଙ୍କ ମଧ୍ୟରେ ମାନବିକତା ବହୁତ କମ ଦେଖିବା କୁ ମିଳିଛି ତଥାପି କନ୍ଧମାଳ ର ରାଜବୀର ଙ୍କର ରୋଗ ଓ ତାଙ୍କର ଚିକିତ୍ସା ପାଇଁ ୧୬ କୋଟି ଟଙ୍କା ର ଅଵଶ୍ୟକତା ରହିଥିବା ର ସୂଚନା ଗଣ ମାଧ୍ୟମ ରେ ପାଇବା ପରେ ସମସ୍ତେ ତାଙ୍କୁ ସାହାଯ୍ୟ କରିବା କୁ ଆଗେଇ ଆସିଥିଲେ।

ଆଉ ସମସ୍ତେ ରାଜବୀର ଙ୍କର ଆକାଉଣ୍ଟ କୁ ନିଜର ଇଚ୍ଛା ଓ ସାମର୍ଥ୍ୟ ରେ ଟଙ୍କା ପଠାଇଛନ୍ତି ଏହାର ଗୋଟିଏ ଉଦ୍ଧେଶ୍ୟ ରହିଛି କି ରାଜବୀର ସୁସ୍ଥ ହୋଇଯାଅନ୍ତୁ ବୋଲି। କିନ୍ତୁ ଏହି ସମୟ ରେ ସୋସିଆଲ ମିଡ଼ିଆ ରେ ରାଜବିର ଙ୍କର ବାପା ଙ୍କର ଏହିପରି ଏକ ଭିଡ଼ିଓ ଦେଖିବାକୁ ମିଳିଥିଲା ଯାହା ଜାଣିବା ପରେ ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ରାଜବିର ଙ୍କର ବାପା ଙ୍କର ଏକ ଭିଡ଼ିଓ ଦେଖିବା କୁ ମିଳିଥିଲା , ଯେଉଁ ଥିରେ ଦେଖିବା କୁ ମିଳିଥିଲା କି ରାଜବିର ର ବାପା ପୁଅ ର ଚିକିତ୍ସା ପାଇଁ ଆସୁଥିବା ଟଙ୍କା କୁ ନେଇ ଯୁକ୍ତିତର୍କ କରିଥିଲେ ଆଉ ମଦ ପିଆଉ ଥିଲେ। ତେବେ ତାଙ୍କର ଏହି ଭିଡ଼ିଓ ଟିକୁ କେହି ଜଣେ ବ୍ୟକ୍ତି ରେକର୍ଡ କରିଥିଲେ ଆଉ ପରେ ସେହି ଭିଡିଓ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକ ମାନେ ରାଜବିର ଙ୍କର ବାପା ଙ୍କୁ ଖୁବ ନିନ୍ଦା କରିଥିଲେ। କିନ୍ତୁ ବର୍ତ୍ତମାନ ରାଜବିର ଙ୍କର ବାପା ଙ୍କର ଏହି ଭିଡ଼ିଓ ଟି ବିଷୟରେ ମୁଁହ ଖୋଲିଛନ୍ତି ରାଜବିର ଙ୍କର ମା ।ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ସେ ।

ବନ୍ଧୁଗଣ ରାଜବିର ଙ୍କର ମା କହିଛନ୍ତି କି , ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ରାଜବିର ଙ୍କର ବାପା ଙ୍କୁ ନେଇ ଭାଇରଲ ହେଉଥିବା ଭିଡ଼ିଓ ଟି ସମ୍ପୂର୍ଣ୍ଣ ଭୁଲ ଓ ମିଥ୍ୟା ଅଟେ। ସେହି ଭିଡ଼ିଓ ରେ ସେ ମଦ ନୁହେଁ ବରଂ ରୁଟି ଖାଉଥିଲେ ଆଉ ତାଙ୍କ ପାଖରେ ମୁଁ ଉପସ୍ଥିତ ଥିଲି ମଧ୍ୟ। ତେବେ ଏହି ଘଟଣା ଟିକୁ ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡ କରିଥିଲେ ଏବଂ ପରେ ସେ ଏହାକୁ ଆମକୁ ବଦନାମ କରିବା ପାଇଁ ସେ ଏହି ଭିଡ଼ିଓ କୁ ଭୁଲ ଲେଖି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ।

ରାଜବୀର ର ମା କହିଛନ୍ତି କି ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜୁ ନାମକ ଜଣେ ବ୍ୟକ୍ତି ଯିଏକି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ସେୟାର କରିବା ପୂର୍ବରୁ ଆମ କୁ ରାତି ୧୨ ଟା ରେ କଲ କରି ୧ ଲକ୍ଷ ଟଙ୍କା ମାଗୁଥିଲେ ଆଉ ବ୍ଲକମେଲ ମଧ୍ୟ କରୁଥିଲେ। ତଥାପି ମୁଁ ତାଙ୍କୁ ଟଙ୍କା ଦେଇ ନଥିଲି ,ତେବେ ଆପଣ ମାନେ ସେହି ବ୍ୟକ୍ତି ଙ୍କର କଥାରେ ବିଶ୍ୱାସ କରନ୍ତୁ ନାହିଁ ।ମୋ ପୁଅ କୁ ସାହାଯ୍ୟ କରନ୍ତୁ , ରାଜବୀର ଙ୍କୁ ସାହାଯ୍ୟ କରିବା ବନ୍ଦ କରନ୍ତୁ ନାହିଁ। ନଚେତ ଶେଷ ରେ ଆମ ବାପା ମା ଙ୍କୁ ଆତ୍ମହତ୍ୟା କରିବାକୁ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।