Just another WordPress site

ନର୍ସ ହେବ ତ ଏମିତି.. ଭାଇରାଲ ହେଉଛି ହସ୍ପିଟାଲ ଭିତରେ ଏହି ନର୍ସ ଦିଦିଙ୍କ ଭାଇରାଲ ଭିଡିଓ ଏଭଳି ନର୍ସ କେଉଁଠି ବି ଦେଖିନଥିବେ

0 82

କଥା ରେ ଡାକ୍ତର ଙ୍କର ଚିକିତ୍ସା ଅପେକ୍ଷା ଡାକ୍ତର ଙ୍କର କଥା ଏବଂ ତାଙ୍କର ବ୍ୟବହାର ରେ ରୋଗୀ ଜଣେ ସୁସ୍ଥ ହୋଇଥାନ୍ତି ବୋଲି। ତେବେ ଏହି ବାକ୍ୟ ଟିକୁ ଜଣେ ନର୍ସ କାର୍ଯ୍ୟ ରେ କରି ଦେଖାଇଛନ୍ତି ଯାହାକି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ସୋସିଆଲ ମିଡ଼ିଆ ରେ ରହିଛନ୍ତି। ତେବେ ଆମ ସାମଜ ରେ ଡାକ୍ତର ଙ୍କୁ ଭଗବାନ ଙ୍କ ପରେ ଦ୍ଵିତୀୟ ଭଗବାନ ବୋଲି କୁହାଯାଏ କାରଣ ଜଣେ ବ୍ୟକ୍ତି ଙ୍କର ଜୀବନ ସେମାନେ ବଞ୍ଚାଇ ପାରନ୍ତି।ତେବେ ଏହା କେବଳ ଡାକ୍ତର ଏକା କରନ୍ତି ତାହା ନୁହେଁ ବରଂ ତାଙ୍କୁ ସାହାଯ୍ୟ କରିଥାନ୍ତି ଅନ୍ୟ କର୍ମଚାରୀ ମାନେ ମଧ୍ୟ।

ତେବେ ସମସ୍ତ ରୋଗୀ ଙ୍କୁ ଚିକିତ୍ସା କରିବାର ଭିନ୍ନ ଭିନ୍ନ ଉପାୟ ରହିଥାଏ। ସବୁବେଳେ ମେଡ଼ିସିନ କିମ୍ବା ଇଂଜେକସନ ଦ୍ୱାରା ଚିକିତ୍ସା ହୁଏ ନାହିଁ। ବରଂ ତାଙ୍କୁ ଖୁସି ରଖି ମଜାମସ୍ତି ତାଙ୍କ ସହ କଲେ ତାଙ୍କର ଦେହ ଜଲ୍ଦି ଭଲ ହୋଇଯାଏ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଖୁବ ଭାଇରଲ ହେଉଛି ଏବଂ ଏହି ନର୍ସ ଜଣଙ୍କୁ ସମସ୍ତେ ବହୁତ ପ୍ରଶଂସା କରିଛନ୍ତି। ଆଉ ସମସ୍ତ ଙ୍କର ମୁଁହ ରେ ଗୋଟିଏ କଥା ରହିଛି କି ନର୍ସ ହେବ ତ ଏମିତି।

ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ପକ୍ଷାଘାତ ରୋଗ ରେ ଆକ୍ରାନ୍ତ ବ୍ୟକ୍ତି ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ।ତେବେ ତାଙ୍କର ହାତ ଗୋଡ଼ କିଛି ବି କାମ କରୁ ନଥିଲା ,ସେ କେବଳ ବଞ୍ଚିଥିଲେ କିନ୍ତୁ କୌଣସି କାମ କୁ ନଥିଲେ। କିନ୍ତୁ ସେହି ସମୟ ରେ ନର୍ସ ଜଣଙ୍କ ଏହିପରି କିଛି ଯାଦୁ କଲେ କି ପକ୍ଷାଘାତ ରେ ଆକ୍ରାନ୍ତ ରୋଗ ଜଣଙ୍କ ନାଚିବାକୁ ଲାଗିଲେ। ତେବେ ନର୍ସ ଜଣଙ୍କ ସେହି ରୋଗୀ ଙ୍କୁ ଦେଖିଲା ପରେ ଜାଣିପାରି ଥିଲେ କି ସେ ଶରୀରିକ ରୋଗ ସହ ମାନସିକ ଚିନ୍ତା ରେ ମଧ୍ୟ ରହୁଛନ୍ତି ଯାହା ଫଳରେ ତାଙ୍କର ଦେହ ଅଧିକ ଖରାପ ହୋଇଯିବ ।

ତେଣୁ ସେ ସେହି ପକ୍ଷାଘାତ ରେ ଆକ୍ରାନ୍ତ ରୋଗୀ ଜଣଙ୍କ ସହ ଏକ ମିୟୁଜିକ ବଜାଇ ଡ଼୍ୟାନ୍ସ କରିବାକୁ ଲାଗିଲେ ଆଉ ହସିଲେ। ତେବେ ନର୍ସ ଙ୍କୁ ଦେଖିବା ପରେ ପକ୍ଷାଘାତ ରେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ମଧ୍ୟ ହସିଲେ ଆଉ ଧିରେ ଧିରେ ସେ ତାଙ୍କର ଗୋଟିଏ ହାତ ଉଠାଇ ଡ଼୍ୟାନ୍ସ କରିବାକୁ ମଧ୍ୟ ଆରମ୍ଭ କଲେ। ତେବେ ନର୍ସ ଜଣଙ୍କ ଏହିପରି କିଛି ସମୟ ପର୍ଯ୍ୟନ୍ତ ତାଙ୍କ ସହ ଗୀତ ବଜାଇ ଡ୍ୟାନ୍ସ କଲେ ଆଉ ସେହି ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ମଧ୍ୟ ତାଙ୍କ ସହ ଗୀତ କୁ ଝୁମିବା କୁ ଲାଗିଲେ।

ଆଉ ଧିରେ ଧିରେ ଦେଖିବାକୁ ମିଳିଲା ଯେ ସେହି ପକ୍ଷାଘାତ ରେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ର ରୋଗ ଭଲ ହୋଇଯାଉଛି। ଆଉ ତାଙ୍କର ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ ରେ ଜୀବନ ଆସୁଛି ବୋଲି। ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରିବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।