Just another WordPress site

ରାତି ପାହିଲେ ଭୋଟ ଜିତିବା ପୂର୍ବରୁ ହାରିଗଲେ ସରପଞ୍ଚ ପାର୍ଥି ଏହି ଭିଡିଓ ଟି ଦେଖିଲେ ଆଖିରୁ ଲୁହ ଆସିଯିବ..ଦୟାକରି ଥରୁଟିଏ ଦେଖନ୍ତୁ ଏହି ଭିଡିଓ

0 1,008

ରାତି ପହିଲେ ପଞ୍ଚାୟତ ନିର୍ବାଚନ, ଜିତିବା ହରିବା ଆଶା କୁ ନେଇ ବସିଛନ୍ତି ପ୍ରାଥୀ ମାନେ । ଚାରି ଆଡ଼େ ଚାଲିଛି ଧୁମଧାମରେ ନିର୍ବାଚନ ପ୍ରଚାର କିନ୍ତୁ ଭୋଟ ପୂର୍ବରୁ ଚାଲିଗଲା ସରପଞ୍ଚ ପ୍ରାଥୀ ଙ୍କର ଜୀବନ ।ଭୋଟ ରେ ଜିତିବା ପୂର୍ବରୁ ନିଜ ଜୀବନ ସହ ହାରିଗଲେ ପ୍ରାଥୀ ।

ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ ସବୁଆଡେ ଶୋକଭରା ପରିବେଶ , ପ୍ରାଥୀ ଙ୍କର ମୃତ୍ୟୁ ରେ ନିର୍ବାଚନ ମଧ୍ୟ ସ୍ଥଗିତ ହୋଇଯାଇଛି। ତେବେ ଏହିଭଳି ଘଟଣା ଟି ଦେଖିବା କୁ ମିଳିଛି ବରଗଡ଼ ଜିଲ୍ଲା ର କେଲେଣ୍ଡାପାଲି ପଞ୍ଚାୟତ ରେ ,ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

ବନ୍ଧୁଗଣ ଆପଣ ଜାଣିଥିବେ କି ବର୍ତ୍ତମାନ ଓଡ଼ିଶା ରେ ପଞ୍ଚାୟତ ନିର୍ବାଚନ ଆଗ ସପ୍ତାହ ରେ ରହିଛି।ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ର ନମିନେସନ ହୋଇସାରିଛି ଏବଂ ବର୍ତ୍ତମାନ ସମସ୍ତ ପ୍ରାଥୀ ମାନେ ନିଜ ନିଜର ପ୍ରଚାର କରିବା ପାଇଁ ଲାଗିଛନ୍ତି। ତେବେ ନିର୍ବାଚନ ଗୋଟିଏ ରେସ ଅଟେ ଏବଂ ଏଥିରେ ସମସ୍ତେ ଭାଗ ନେଇଥାନ୍ତି ଆଉ ସମସ୍ତେ ଜିତିବା ପାଇଁ ତାଙ୍କର ପୁରା ଚେଷ୍ଟା କରିଥାନ୍ତି। ତେବେ କେଵଳ ନିର୍ବାଚନ ରେ ଜିତିବା ପାଇଁ ପାର୍ଥି ତଥା ରାଜନୈତିକ ଦଳ ର ଲୋକମାନେ କିଛି ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ତେବେ ନିର୍ବାଚନ ରେ ଜିତିବା ପାଇଁ କିଏ ପାଦ ଧରୁଛି ତ କିଏ ପୁଣି ରାତି ପାହିବା ମାତ୍ରେ ଗାଁ ଗାଁ ବୁଲି ଘରେ ଘରେ ପ୍ରଚାର କରୁଛନ୍ତି।

ଠିକ ସେହିପରି ବରଗଡ଼ ଜିଲ୍ଲା ର କେଲେଣ୍ଡାପାଲି ପଞ୍ଚାୟତ ର ଯୁବ ନେତା ସୋରଜ ସେଥି ସରପଞ୍ଚ ପାର୍ଥି ପାଇଁ ଛିଡା ହୋଇଥିଲେ। ଚାରିଆଡେ ବୁଲି ବୁଲି ତାଙ୍କୁ ମାଛ ଚିହ୍ନ ରେ ଭୋଟ ରେ ଜିତେଇବା ପାଇଁ କହୁଥିଲେ ,କିନ୍ତୁ ସମୟ ର ଖେଳ କିଏ ବା ଜଣେ। ରାତି ପାହିଲେ ଭୋଟ କିନ୍ତୁ ଚିକିତ୍ସା ହେଉଥିବା ଅବସ୍ଥାରେ ସୋରଜ ଙ୍କର ମୃତ୍ୟୁ ହୋଇଛି।ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ସାରା ବରଗଡ଼ ରେ ଦୁଃଖ ର ସାୟା ଖେଳି ଯାଇଛି ଆଉ ନିର୍ବାଚନ ମଧ୍ୟ ବନ୍ଦ ହୋଇଛି ବୋଲି ସୂଚନା ରହିଛି।

ସୂଚନା ଅନୁସାରେ ସରପଞ୍ଚ ପାର୍ଥି ସୋରଜ ସେଥି ଙ୍କ ର ଆଜି ଅପରାହ୍ନ ରେ କ୍ୟାନ୍ସର ରୋଗ ରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ସେ ବହୁତ ଦିନ ରୁ କ୍ୟାନ୍ସର ରୋଗ ରେ ପୀଡିତ ଥିଲେ ,ଆଉ ନିର୍ବାଚନ ରେ ପ୍ରଚାର କରିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତେବେ ସଂଗେ ସଂଗେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଥିଲା। ମାତ୍ର ଚିକିତ୍ସା ଧୀନ ଅବସ୍ଥାରେ ରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ଅପରାହ୍ନ ରେ ତାଙ୍କର ମୃତ୍ୟୁ ର ଖବର ଆସିବା ପରେ ସବୁଆଡେ ଶୋକା କୁଳ ପରିସ୍ଥିତି ଉପୁଜିଛି ଏବଂ ସରପଞ୍ଚ ପାର୍ଥି ଙ୍କର ମୃତ୍ୟୁ କୁ ନେଇ ଉପ ଜିଲ୍ଲାପାଳ ନିର୍ବାଚନ ବନ୍ଦ କରିଛନ୍ତି। ତେବେ ଘଟଣା ଟିକୁ ନେଇ ବର୍ତ୍ତମାନ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।