Just another WordPress site

Mihir ଙ୍କ ସହ ପୁରୁଣା ସ୍ମୁତି ମନେ ପକାଇ Live ” ସୋ” ରେ କାନ୍ଦିଲେ Siddhanta Mahapatra ଓ ସମସ୍ତ ଅଭିନେତା , ଅଭିନେତ୍ରୀ ଦେଖନ୍ତୁ Video

0 2,133

ବନ୍ଧୁଗଣ ମୃତ୍ୟୁ ଏକ ନିରାଟ ସତ୍ୟ ଅଟେ , ଜୀବନ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ତେବେ କେତେବେଳେ କାହାର ମୃତ୍ୟୁ ଆସିଯିବ ତାହା କାହାକୁ ଜଣା ନଥାଏ। ତେବେ କିଛି ଦିନ ତଳେ ଆମ ଓଡିଶାର ଫିଲ୍ମ ଜଗତ ଉପରେ ଏହି ମୃତ୍ୟୁ ର କାୟା ବିସ୍ତାର ହୋଇଥିଲା ଆମ ଘରେ ଘରେ ପରିଚିତ ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କୁ ସବୁ ଦିନ ପାଇଁ ଛାଡି ଚାଲିଯାଇଛନ୍ତି। ତେବେ ବର୍ତ୍ତମାନ ମିହିର ଭାଇ ଙ୍କୁ ସମସ୍ତେ ମନେ ପକାଇ କାନ୍ଦୁଛନ୍ତି।କାରଣ ସେ ଏହିପରି ଜଣେ କଳାକାର ଥିଲେ ଯାହାଙ୍କୁ ଦେଖିବା ଲାଗି ଲୋକେ ପାଗଳ ପରି ହେଉଥିଲେ।

ଖାଲି ସାଧାରଣ ଲୋକେ ନୁହଁନ୍ତି ବରଂ ମିହିର ଭାଇ ଙ୍କୁ ସମସ୍ତ କଳାକାର ତଥା ହିରୋ ମାନେ ତାଙ୍କର ଗୁରୁ ଭାବରେ ଗ୍ରହଣ କରୁଥିଲେ।ତେବେ ଅଭିନୟ ରେ ଯେତିକି ଦକ୍ଷ ଥିଲେ ତଠାରୁ ଅଧିକ ଚର୍ବିତ ଥିଲେ ତାଙ୍କର ବ୍ୟବହାର ଓ ଜଣେ ବ୍ୟକ୍ତି ଙ୍କୁ ଭଲ ମଣିଷ କରିବାର ଗୁଣ ଯୋଗୁଁ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହିରୋ ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ଭିଡ଼ିଓ ଭାଇରଲ ହେଉଛି।

ଯେଉଁ ଥିରେ ସେ ମିହିର ଭାଇ ଙ୍କ ବିଷୟରେ କହିଥିଲେ ଆଉ ତାଙ୍କର ସ୍ମୃତି ରେ ଷ୍ଟେଜ ଉପରେ କାନ୍ଦି ପକେଇଥିଲେ ମଧ୍ୟ। ତେବେ ଆମେ ଆଜି ଆପଣ ଙ୍କୁ ସେହି ଭିଡ଼ିଓ ଟି ବିଷୟରେ ଜଣେଇବାକୁ ଯାଉଛୁ ,ଯାହା ଦେଖିଲେ ଆପଣ ମଧ୍ୟ ଭାବ ବିହ୍ୱଳ ହୋଇଯିବେ।

ତେବେ ତରଙ୍ଗ ସିନେ ଆୱାଡ଼ ରେ ଯେତେବେଳେ ବେଷ୍ଟ ସହାୟକ ରୋଲ ଭାବରେ ମିହିର ଦାସ ଙ୍କୁ ପୁରସ୍କାର ପାଇଁ ଷ୍ଟେଜ ଉପରକୁ ଆସିଥିଲେ।ସେତେବେଳେ ସିଦ୍ଧାନ୍ତ ମହାପାତ୍ର ତାଙ୍କର ହୃଦୟ ର କଥା କହିଥିଲେ, ସେ କହିଥିଲେ କି “ମୁଁ ଯଦି ଆଜି ଏହି ଇଣ୍ଡଷ୍ଟ୍ରି ରେ ଆଜି ନିଜର ଏକ ପରିଚୟ ସୃଷ୍ଟି କରିପାରିଛି ତାହାର ଶ୍ରେୟ ମିହିର ଭାଇ ଙ୍କୁ ଯିବ। ମୁଁ ୪୦ ବର୍ଷ ହେବ ଏହି ଫିଲ୍ମ ରେ କାମ କରୁଛି ଆଉ ୩୦ ବର୍ଷ ମୁଁ ମିହିର ଭାଇ ଙ୍କୁ ସହ ସିନେମା କରିଛି।

ତେବେ ସେ କହିଥିଲେ କି ମିହିର ଭାଇ କେବଳ ଜଣେ ବରିଷ୍ଠ କଳାକାର ନୁହଁନ୍ତି ବରଂ ଜଣେ ମଣିଷ ଭାବରେ ବହୁତ ଭଲ ଅଟନ୍ତି। ତାଙ୍କ ଜୀବନ ରେ ସେ ସବୁ କଳାକାର ମାନଙ୍କୁ ଆଗକୁ ବଢିବା ରେ ସାହାଯ୍ୟ କରନ୍ତି। ମୁଁ ମୋର ଚାରି ନମ୍ବର ଫିଲ୍ମ ତାଙ୍କ ସହ ଆରମ୍ଭ କରିଥିଲେ,”ଭାଇ ହେଲା ଭୋଗାରୀ ” ଫିଲ୍ମ ରୁ। ଆଉ ସେହି ଦିନ ରୁ ମୋର ସବୁ ସିନେମା ରେ ସେ ମୋ ସହ ରୁହନ୍ତି ଆଉ ମୋତେ ଆଗକୁ ନିଅନ୍ତି।

ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ,ଓଡ଼ିଶାର ଭେଟେରାଣ୍ଟ କଳାକାର ମିହିର ଦାସ ଗତ କାଲି ଅପରାହ୍ନ ରେ କଟକ ର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ୬୩ ବର୍ଷ ବୟସ ରେ ମୃତ୍ୟୁ ବରଣ କରିଛନ୍ତି। ତେବେ ତାଙ୍କର ମୃତ୍ୟୁ ବରଣ ରେ ସାରା ସିନେମା ଜଗତ ଭାଙ୍ଗି ପଡ଼ିଛି। ତେବେ ସୂଚନା ଅନୁସାରେ ସେ କିଡନୀ ରୋଗ ରେ ଗତ ଡିସେମ୍ବର ୭ ତାରିଖ ରୁ କଟକ ର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉ ଥିଲେ।ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।