Just another WordPress site

କଲେକ୍ଟର ହେଲେ ପଞ୍ଚମ ଶ୍ରେଣୀ ର ଛାତ୍ରୀ “ନବ୍ୟା” ଜାଣନ୍ତୁ ଏ ଝିଅ କିଏ ଓ ତାର କଲେକ୍ଟର ହେବା ପଛରେ କାରଣ କ’ଣ ଆବାକ ହୋଇଯିବେ..

0 98

ଆମେ ସମସ୍ତେ ଜାଣିଛୁ କି ଭାରତ ର ସବୁଠାରୁ ଉଚ୍ଚ ପରୀକ୍ଷା ହେଉଛି UPSC ପରୀକ୍ଷା ଆଉ ଏହି ପରୀକ୍ଷା ରେ ଜଣେ ବ୍ୟକ୍ତି ଉତ୍ତୀର୍ଣ୍ଣ ହେଲେ ସେ କଲେକ୍ଟର ହୋଇଥାନ୍ତି। ତେବେ ଆମ ସମ୍ବିଧାନ ରେ ମଧ୍ୟ ଏହି UPSC ପରୀକ୍ଷା ପାଇଁ ତଥା ଏଥିରେ ଚାକିରୀ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ସମସ୍ତ ସୁବିଧା ତଥା କ୍ଷମତା ବିଷୟରେ ଲେଖାଯାଇଛି। ଆଉ ଏହାକୁ ଦେବା ପାଇଁ ନିର୍ଦ୍ଧିଷ୍ଟ ବୟସ ( ସର୍ବନିମ୍ନ ୨୧ ବର୍ଷ) ଏବଂ ଶିକ୍ଷା (ଅତି କମରେ ଯୁକ୍ତ ତିନି ପାସ) ର ଆବଶ୍ୟକତା ରହିଛି।କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ କଲେକ୍ଟର ଙ୍କ ବିଷୟରେ ଜଣେଇବୁ ଯିଏକି ପଞ୍ଚମ ଶ୍ରେଣୀ ର ଛାତ୍ରୀ ଅଟନ୍ତି।

ତେବେ ବନ୍ଧୁଗଣ ଏହା ଆପଣ ଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିଥିବ କି ଗୋଟିଏ ପଞ୍ଚମ ଶ୍ରେଣୀ ର ଛୋଟ ପିଲା କିପରି ଭାବରେ କଲେକ୍ଟର ହୋଇପାରେ ସେ ବି ବିନା upsc ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ।

ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ,ଏହା ଆପଣ ଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଦେବ ଏବଂ ଖୁସି ମଧ୍ୟ। ତେବେ ଏହି ଘଟଣା ଟି ଘଟିଥିଲା ରାଜସ୍ଥାନ ର ଦୋଷା ଅଞ୍ଚଳରେ, ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି।

ତେବେ ଘଟଣା ଟି କିଛି ଏହିପରି ଥିଲା କି, ରାଜସ୍ଥାନ ର ଦୋଷା ସହର ରେ କଲେକ୍ଟର ଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସଭା ଯେଉଁ ଥିରେ ନାରୀ ଶଶକ୍ତି କରଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଥିଲା। ତେବେ ଏହି ସଭା ରେ ସେଠାକାର ବିଦ୍ୟାଳୟ ର ତୃତୀୟ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀ ମାନେ ଉପସ୍ଥିତ ଥିଲେ।ତେବେ ଏହି ସଭା ଚାଲିଥିବା ମଧ୍ୟରେ ନବ୍ୟା ନାମକ ଜଣେ ପଞ୍ଚମ ଶ୍ରେଣୀ ର ଛାତ୍ରୀ କଲେକ୍ଟର ଙ୍କୁ ଏକ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ କି “ଆପଣ ଭବିଷ୍ୟତ ରେ ମହିଳା ବା ନାରୀ ମାନଙ୍କ ପାଇଁ କଣ କରିବାକୁ ଯାଉଛନ୍ତି”।

ତେବେ ନବ୍ୟା ଙ୍କର ଏହି ପ୍ରଶ୍ନ ଟି କଲେକ୍ଟର ଙ୍କର ମନ କୁ ଛୁଇଁ ଥିଲା ଆଉ ସଂଗେ ସଂଗେ ସେ ନବ୍ୟା ଙ୍କୁ ଗୋଟିଏ ଦିନ ପାଇଁ କଲେକ୍ଟର କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ନବ୍ୟା ଙ୍କୁ ନିଜ ସିଟ ରେ ବସାଇ ତାଙ୍କୁ କଲେକ୍ଟର ର ସବୁ କ୍ଷମତା ଦେଇଥିଲେ। ଆଉ ତାଙ୍କୁ କୁହାଯାଇ ଥିଲା କି ତୁମେ ଯାହା କରିବା କୁ ଚଂହୁଛ କରିପାରିବ।

ନବ୍ୟା ନିଜର କ୍ଷମତା କୁ ବ୍ୟବହାର କରି ତାଙ୍କ ବିଦ୍ୟାଳୟ ରେ ଏକ ଲାଇବ୍ରେରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ସଂଗେ ସଂଗେ ତାଙ୍କ ବିଦ୍ୟାଳୟ ରେ ଏକ ଲାଇବ୍ରେରୀ ପ୍ରତିଷ୍ଠା କରାଯାଇଥିଲା ମଧ୍ୟ।ତେବେ ନବ୍ୟା ଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି।ତେବେ କଲେକ୍ଟର ଙ୍କର ଏହି ନିଷ୍ପତ୍ତି କୁ ମଧ୍ୟ ସବୁ ଆଡୁ ପ୍ରଶଂସା ମିଳିଥିବା ଜଣାପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।