
ପ୍ରଥମଥର ପାଇଁ ଦେଖିବାକୁ ମିଳିଲା ପାଣି ଭିତରେ ସାପ-କୁକୁର ଭୟଙ୍କର ଲଢେଇ.. ୧ ମିନିଟ ୨୪ ସେକେଣ୍ଡର ର ଭିଡିଓ ଏବେ ସୁଦ୍ଧା 96 କୋଟି ଲୋକ ଦେଖି ସାରିଲେଣି…
ବନ୍ଧୁମାନେ ଆମେ ଜୀଵନରେ ବହୁତ ପ୍ରକାର ଲୋକ ମାନଙ୍କୁ ଆମେ ଭେଟିଥାଉ ତେବେ ବହୁତ କମ ଲୋକ ଏମିତି ଥାଆନ୍ତି ଯେଉଁ ମାନଙ୍କୁ ଆମେ ବିଶ୍ୱାସ କରୁ ସେଥିରେ ପୁଣି ଆମେ ବେଳେବେଳେ ଧକ୍କା ଖାଇଯାଉ ।କିନ୍ତୁ ବନ୍ଧୁମାନେ ଭାବିଲେ ଯଦି ଆମେ ଗୋଟିଏ ପଶୁ ସେତିକି ଭଲପାଇବା ଆଉ ସ୍ନେହ ଦେବା ସେ କଣ ଆମକୁ କେବେ ଧକ୍କା ଦେଵ ।ତେବେ ଆପଣ ମାନେ ବହୁତ ସମୟରେ ଦେଖିଥିବେ ଜଣେ ମଣିଷ ଆଉ ପଶୁ ଭିତରେ ଥିବା ନିବିଡ଼ ସମ୍ପର୍କ ବିଷୟରେ ।
ଆଜିକାଲି ତ ସୋସିଆଲ ମେଡ଼ିଆରେ ଏମିତି ଭିଡ଼ିଓ ବହୁତ ଦେଖିବା ପାଇଁ ମିଳୁଛି ଆଉ ଏହା ଖୁବ ପ୍ରଶଂସା ବି ସାଉଁଟୁଛି ।ତେବେ ବନ୍ଧୁମାନେ ଆମେ ଆପଣଙ୍କ ଏମିତି ଗୋଟିଏ ଆଶ୍ଚର୍ଯ୍ୟ ଘଟଣା କଥା ଜଣେଇବୁ ଯାହା ଦେଖିଲେ ଆପଣଙ୍କ ମନରେ ପଶୁମାନଙ୍କୁ ଭଲପାଇବାକୁ ବାଧ୍ୟ ହେବେ ।ଆମେ ସାଧାରଣତଃ କୁକୁରକୁ ଆମ ଘର ଜଗିବା ପାଇଁ ରଖିଥାଉ କିନ୍ତୁ ସମୟେ ସମୟେ ସେମାନେ ଆମର ଏମିତି ଉପକାର କରିଥାଆନ୍ତି ଯାହା କେହି ଆପଣାର ବି କରିବେ ନାହିଁ ।
ତେବେ ଆମେ ଯେଉଁ ଭଡ଼ିଓ କଥା କହୁଛୁ ସେଥିରେ ଆପଣ ଦେଖିପାରିବେ କେମିତି ଦୁଇଟି କୁକୁର ଗୋଟିଏ ବିରାଟ ସାପର ସାମ୍ନା କରୁଛନ୍ତି ।ସେମାନେ କଥା ନକହି ପାରିଲେ ବି ଜାଣିଛନ୍ତି ସେହି ବିରାଟ ସାପ ମନୁଷ୍ୟର ଜୀଵନ ପ୍ରତି ବିପଦ ତେଣୁ ଯେତେ କଷ୍ଟ ହେଲେ ବି ସାପ ସହ ସଂଘର୍ଷ କରୁଛନ୍ତି ।ତେବେ ଆଶ୍ଚର୍ଯ୍ୟ କଥା ହେଲା ସାପଟି ପାଣିରେ ସହଜରେ ପହଁରି ପାରୁଥିବା ବେଳେ କୁକୁର ମାନେ ପାଣିରେ ଏତେ ସହଜରେ ପହଁରିବା ସହଜ କଥା ନୁହେଁ କିନ୍ତୁ ସେଥିରେ ବି ସେମାନେ ପାଣି ଭିତରେ ସାପକୁ ଉପରକୁ ଆସିବାକୁ ବାରମ୍ବାର ରୋକୁଛନ୍ତି ।
ଏମିତି ବହୁତ ସମୟ ପର୍ଯ୍ୟନ୍ତ ଚାଲୁଛି ଆଉ ପୁଣି ଦେ ଖିବାକୁ ମିଳୁଛି ଆଉ ଗୋଟିଏ କୁକୁର ବି ଆସି ସେମାନଙ୍କ ସାଥ ଦେଉଛି ।ତେବେ ବନ୍ଧୁମାନେ କହିଲେ ଆମେ ଏହି ପଶୁମାନଙ୍କୁ କେତେ ହୀନ ଦୃଷ୍ଟିରେ ଦେଖୁ କିନ୍ତୁ ସେମାନେ ଆମ ଜୀବନର ସୁରକ୍ଷା ପ୍ରତି କେତେ ଯତ୍ନଶୀଳ ।ଆମ ଜୀବନ ବଞ୍ଚେଇବା ପାଇଁ ସେମାନେ ନିଜ ଜୀବନକୁ ବାଜି ଲଗେଇ ଦେଉଛନ୍ତି ।
ତେବେ ଏହିପରି ଭିଡ଼ିଓ ନୂଆ ନୁହେଁ ତେଣୁ ଆପଣମାନଙ୍କୁ ଆମେ ଏତିକି କଥା କହିବୁ କେବେ କେହି ପଶୁକୁ ବାଡ଼ାନ୍ତୁ ନାହିଁ ସେମାନଙ୍କୁ ଥରେ ଭଲପାଇ ଦେଖନ୍ତୁ ଦେଖିବେ ସେମାନେ ଆପଣଙ୍କ ପାଇଁ ସବୁକିଛି କରିବା ପାଇଁ ଆଗେଇ ଆସିବେ ।କେବେ କେହି ଜୀବକୁ ଭୟରେ କଷ୍ଟ ଦିଅନ୍ତୁ ନାହିଁ ନହେଲେ ସେମାନେ ତାଙ୍କ ହିଂସ୍ର ରୂପ ବି ଦେଖେଇ ପାରନ୍ତି ଆଉ ସେମାନଙ୍କ ପାଖରେ ମନୁଷ୍ୟ ପରି ବୁଦ୍ଧି ନାହିଁ ତେଣୁ ସେମାନେ ଆଗେଇ ଆସିଲେ ବି ଆପଣ ନିଜ ବୁଦ୍ଧିର ବ୍ୟବହାର କରି ତାଙ୍କୁ ଆୟତ୍ତ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।