Just another WordPress site

“ମିଷ୍ଟର କଁହେୟା” ଫିଲ୍ମ ର Papu PamPam ଙ୍କ ବିବାଦ କୁ ନେଇ ମୁଁହ ଖୋଲିଲେ ହ୍ୟୁମାନ ସାଗର ଆଉ ତା ପରେ ଯାହା ଘଟିଲା ଦେଖନ୍ତୁ ଭିଡିଓ

0 50

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନିଶ୍ଚିତ କି କିଛି ଦିନ ତଳେ ହାସ୍ୟ ଅଭିନେତା ପପୁ ପମପମ ବିବାଦ ଘର କୁ ଆସିଥିଲେ। ଭଲେଣ୍ଟାଇନ ଡେ ଉପଲକ୍ଷେ ପପୁ ଙ୍କ ଏକ କମେଡ଼ି ଫିଲ୍ମ ,”ମିଷ୍ଟର କହ୍ନେୟା” ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହାକୁ ଘୋର ବିରୋଧ କରାଯାଇଥିଲା।ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ମଧ୍ୟ ଚାଲିଥିଲା।

ତେବେ ବର୍ତ୍ତମାନ ଏହି ଗଣ୍ଡଗୋଳ କୁ ନେଇ ଆମ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ମୁଁହ ଖୋଲିଛନ୍ତି ଏବଂ ନିଜର ମତ ଦେଇଛନ୍ତି। ତେବେ ବର୍ତ୍ତମାନ ହ୍ୟୁମାନ ସାଗର ଙ୍କର ଏହି ଭିଡି଼ଓ ଟି ବହୁତ ଭାଇରଲ ହେଉଛି। ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ହ୍ୟୁମାନ ଭାଇ।

ସୂଚନାଯୋଗ୍ୟ ଯେ, ପପୁ ଙ୍କର ନୂଆ ଫିଲ୍ମ,”ମିଷ୍ଟର କହ୍ନେୟା” ବର୍ତ୍ତମାନ ସିନେମା ହଲ ରେ ପଡିଛି ଆଉ ଏହାର ପ୍ରମସନ କରିବା ପାଇଁ ସେ କଟକ କୁ ଯାଇଥିଲେ। ମାତ୍ର ସେଠାରେ ପପୁ ଙ୍କୁ କଡା ବିରୋଧ କରିଥିଲେ ବଜରଙ୍ଗୀ ଦଳ,ଯାହାର ସାମ୍ନା ପପୁ ଙ୍କୁ କରିବାକୁ ପଡିଥିଲା। ତେବେ ବଜରଙ୍ଗୀ ଦଳ ର ବିରୋଧ କରିବାର କାରଣ ଏହା ଥିଲା ଯେ, ଫିଲ୍ମ ର ନାମ ଏହିପରି ଭଗବାନ ଙ୍କର ନାମ କୁ ନେଇ “ମିଷ୍ଟର କହ୍ନେୟା” କଣ ପାଇଁ ରଖାଯାଇଛି। ତାହାକୁ ପରିବର୍ତ୍ତନ କରାଯାଉ ନଚେତ ଫିଲ୍ମ ବନ୍ଦ କରାଯାଉ।

ତେବେ ପପୁ ନିଜେ ବଜରଙ୍ଗୀ ଦଳ ସହ କଥା ହୋଇଥିଲା ଏବଂ ସେ କହିଥିଲେ କି , ଏହି ଫିଲ୍ମ ରେ ଭଗବାନ ଶ୍ରୀକୃଷ୍ଣ ଙ୍କର ନାମ କିମ୍ବା ତାଙ୍କ ବିଷୟ ରେ କିଛି ବି ଉଲ୍ଲେଖ କରାଯାଇ ନାହିଁ। କେବଳ ଫିଲ୍ମ ର ନାମ ଟି “ମିଷ୍ଟର କହ୍ନେୟା” ରଖାଯାଇଛି। ମାତ୍ର ଆପଣ ମାନେ ଫିଲ୍ମ ଟିକୁ ଦେଖନ୍ତୁ ଯଦି ଆପଣ ଙ୍କୁ କିଛି ଖରାପ ଲାଗେ ତେବେ ମେଟିନୀ ରୁ ଫିଲ୍ମ ବନ୍ଦ କରିଦିଆ ଯିବ। କିନ୍ତୁ ପପୁ ଙ୍କର ଏହି କଥା ଶୁଣିବା କୁ କିମ୍ବା ବୁଝିବା କୁ ରାଜି ନଥିଲେ ସେମାନେ ତାଙ୍କ କଥା ରେ ଜିଦି ଥିଲେ ଏବଂ ଅନେକ ଗଣ୍ଡଗୋଳ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ।

ତେବେ ଏହି ବିବାଦ କୁ ନେଇ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର କହିଛନ୍ତି କି, ,”ମିଷ୍ଟର କହ୍ନେୟା” ଫିଲ୍ମ ଟି ଏକ କମେଡି ସିନେମା ଅଟେ।ଭଲେଣ୍ଟାଇନ ଡେ ସ୍ପେଶାଲ ରେ ଏହି ଫିଲ୍ମ ଟି ପ୍ରସ୍ତୁତ କରାଯାଇଛି। ତେବେ ଏହି ଫିଲ୍ମ ରେ ଭଗବାନ ଙ୍କୁ ନେଇ ସେହିପରି କୌଣସି ଡାଇଲଗ କିମ୍ବା କିଛି ବି ନାହିଁ ଏହା କେବଳ ଫିଲ୍ମ ର ନାମ ଅଟେ। କୌଣସି ଧର୍ମ କିମ୍ବା ଭଗବାନ ଙ୍କୁ ଆମେ ଆକ୍ଷେପ କରି ଏହି ଫିଲ୍ମ ହୋଇନାହିଁ। ତେଣୁ ଗୋଟିଏ କମେଡ଼ି ଫିଲ୍ମ କୁ ନେଇ ଏହିଭଳି ଗଣ୍ଡଗୋଳ କରିବା ଠିକ ନୁହେଁ ।

ତେବେ ହ୍ୟୁମାନ ସାଗର ଙ୍କର ଏହି ମତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରଲ ହେବାକୁ ଯାଉଛି। ହ୍ୟୁମାନ ଙ୍କର ଏହି ମତ ଜାଣିବା ପରେ ଲୋକମାନେ ତାଙ୍କୁ ସମର୍ଥନ କରୁଥିବା ର ମଧ୍ୟ ଦେଖାଯାଇଛି। ତେବେ ଏହି ଫିଲ୍ମ ରେ ପ୍ରାୟ ଗୀତ ହ୍ୟୁମାନ ସାଗର ଗାଇଛନ୍ତି ତେବେ ଆପଣ ଫିଲ୍ମ ଟିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।