Just another WordPress site

ମୁଖ୍ୟମାନ୍ତ୍ରୀ Naveen Patnaik ଙ୍କୁ ଇଂରାଜୀ ଭାଷାରେ ଅନୁରୋଧ କଲେ ଆଦିବାସୀ ଗାଁ ବୋହୂ ପୁଙ୍ଗି ହେମ୍ରମ୍, କ’ଣ କହୁଛନ୍ତି … ଦେଖନ୍ତୁ ଭିଡ଼ିଓ

0 53

ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ସବୁଦିନ ଆମେ ଭିନ୍ନ ଭିନ୍ନ ଘଟଣା ମାନଙ୍କ ବିଷୟରେ ଜାଣିବା କୁ ପାଇଥାଉ ,ମାତ୍ର କେବେ କେବେ ସେଥିରେ ଆମକୁ ଏହିପରି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହା ଆମକୁ ବହୁତ ଖୁସି କରିବା ସହ ଗୋଟିଏ କଥା ମନେ ପକାଇଦିଏ କି ଆମ ସମାଜ ଉନ୍ନତି କରୁଛି ବୋଲି। ତେବେ ବନ୍ଧୁଗଣ ଜଣେ ନାଗରିକ ଭାବରେ ଆମ ସମସ୍ତ ଙ୍କର ସରକାର ଙ୍କୁ ନିଜ ସମସ୍ୟା ଜଣାଇବା ର ଅଧିକାର ରହିଛି।

ତେବେ ଆପଣ ଜାଣିଲେ ଖୁସି ହେବେ କି ଜଣେ ଆଦିବାସୀ ବହୁ ଆଜି ନିଜ ଗ୍ରାମ ର ସମସ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ତାହା ବି ଇଂରାଜୀ ଭାଷାରେ।ତେବେ ଘଟଣା ଟି ହେଉଛି ମୟୁରଭଞ୍ଜ ଜିଲ୍ଲାର ର କପ୍ତିପଦା ବ୍ଲକ୍ ର ଶ୍ରୀୟାପାଳ ଗ୍ରାମର। ତାଙ୍କ ନାମ ହେଉଛି ପୁଙ୍ଗି ହେମ୍ବ୍ରମ୍।

ତେବେ ଏହୂ ଯୁବତୀ ଜଣଙ୍କ ସେହି ଗ୍ରାମ ର ବହୁ ଅଟନ୍ତି। ତେବେ ସେ ତାଙ୍କର ସମସ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଇଂରାଜୀ ଭାଷାରେ ଅନୁରୋଧ କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଅଁ ପରି ବେଗରେ ଭାଇରଲ ହେବାକୁ ଯାଉଛି।ଆପଣ ମଧ୍ୟ ଏହି ଯୁବତୀ ଙ୍କର ସାହାସିକତା ତଥା ତାଙ୍କର ଚିନ୍ତାଧାରା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଆଉ ତାଙ୍କୁ ପ୍ରଶଂସା କରିବେ ନିଶ୍ଚିତ।

ତେବେ ଯୁବତୀ ପୁଙ୍ଗି ହେମ୍ବ୍ରମ୍ କହିଛନ୍ତି କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମୁଁ ଆପଣ ଙ୍କୁ ଆମ ଗ୍ରାମର ସମସ୍ୟା ଜଣାଉଛି କି ଆମ ଗ୍ରାମ ରେ ରାସ୍ତା ନାହିଁ କିମ୍ବା ଗୋଟିଏ ବ୍ରିଜ ବା ପୋଲ ନାହିଁ। ଗମନାଗମନ ର ସୁବିଧା ଆମ ଗ୍ରାମ କୁ ନଥିବା ରୁ ଆମେ ନାହିଁ ନଥିବା ସମସ୍ୟା ରେ ପଡୁଛୁ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ କୁ ପାଠ ପଢିବା କୁ ଯାଉଥିବା ଛୋଟ ଛୋଟ ପିଲା ଙ୍କୁ ମଧ୍ୟ ଅନେକ ଅସୁବିଧା ରେ ପଡ଼ିବାକୁ ହେଉଛି। ରାସ୍ତା ନଥିବା ରୁ କୌଣସି ଏମରେଜେନ୍ସି ସ୍ୱାସ୍ଥ୍ୟ ସମସ୍ୟା ତଥା ଗର୍ଭବତୀ ମହିଳା ଙ୍କୁ ହସ୍ପିଟାଲରେ ନେବାରେ ବହୁତ ଅସୁବିଧା ହେଉଛି।

କାରଣ ଗ୍ରାମ ମଧ୍ଯକୁ ରାସ୍ତା ନଥିବା ରୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ସେହିପରି ବିଦ୍ୟାଳୟ କୁ ପାଠ ପଢିବା କୁ ଯିବା ପାଇଁ ପିଲା ମାନେ ସବୁଦିନ ବନ୍ୟା ପରିସ୍ଥିତି ପାଣି ରେ ଯାଉଛନ୍ତି। ତେବେ ପୋଲ ନଥିବା ରୁ ଯିବା ରାସ୍ତାରେ ସବୁବେଳେ ପାଣି କାଦୁଅ ରହୁଛି। ତେବେ ମୋର ଅନୁରୋଧ କି ଆପଣ ଆମ ଗ୍ରାମ କୁ ଏକ ରାସ୍ତା ଏବଂ ପୋଲ ର ବ୍ୟବସ୍ଥା କରିଦେଲେ ଆମର ଆଉ କୌଣସି ସମସ୍ୟା ରହିବ ନାହିଁ। ତେବେ ସମ୍ପୂର୍ଣ୍ଣ କଥା ଟିକୁ ସେ ଇଂରାଜୀ ଭାଷା ରେ କହିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ଚାଲିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।