Just another WordPress site

ମୋ ପୁଅ ପରି କିଏ ହେବ… ପ୍ଲାଷ୍ଟିକ ହାତରେ ପରୀକ୍ଷା ଦେଇ ପାସ୍ କରିଲା ପୁ୍ଅ ବାପା , ମାଙ୍କ ଖୁସି କହିଲେ ନସରେ ଏହି ପୁଅ ପାଇଁ ଗୋଟିଏ ସେୟାର କରନ୍ତୁ..

0 103

ବେଳେ ବେଳେ ଆମ ଚତୁଃପାର୍ଶ୍ଵରେ ଏପରି କିଛି ଘଟଣା ଘଟେ ଯାହା ସାଧାରଣ ମନୁଷ୍ୟ ଭାବନା ର ଅନେକ ଉର୍ଦ୍ଧ୍ବ ରେ ରହିଥାଏ । ପୃଥିବୀ ପୃଷ୍ଠରେ ଜନ୍ମ ହୋଇଥିଲେ ଅନେକ ଦୁଃଖ ଯନ୍ତ୍ରଣା ସହ ସାହାସିକତା ର ସହିତ ସାମ୍ନା କରି ଜିତିବାକୁ ହୋଇଥାଏ । ତଥାପି ସମୟେ ସମୟେ ଏପରି ପରିସ୍ଥିତି ଉପୁଜି ଥାଏ ଯାହା ସାଧାରଣ ମନୁଷ୍ୟ ର ନିୟନ୍ତ୍ରଣ କରିବା ବାହାରେ ଅନୁଭୁତ ହୋଇଥାଏ ।

ଏହିପରି ସ୍ଥିତି ରେ ସେ ଅନ୍ୟର ସାହାଯ୍ୟ ଭିକ୍ଷା କରି ଭଗବାନ ଙ୍କୁ ପ୍ରାର୍ଥନା କରିଥାନ୍ତି ସମସ୍ତେ । ଆଉ ଯିଏ ଧୈର୍ଯ୍ୟ ଧରି ମନୋବଳ ଦୃଢ କରି ବିପଦ ର ସାମ୍ନା କରିଥାଏ ସେ ହିଁ ଜୀବନରେ ସଫଳତା ହାସଲ କରିବା ରେ ସକ୍ଷମ ହୋଇ ପାରିଥାଏ ।


ତେବେ ମନୁଷ୍ୟ ତାର ଜୀବନ କାଳ ମଧ୍ୟରେ ବିଭିନ୍ନ ପ୍ରକାର ବିପଦ ର ସାମ୍ନା କରିଥାଏ କିନ୍ତୁ ଜୀବନର ଅର୍ଥ ବୁଝିବା ବୟସରେ ଅର୍ଥାତ କଷ୍ଟ କଣ ଜାଣିବା ବୟସ ରେ ଯଦି ଜଣେ ଏପରି ପରିସ୍ଥିତି ର ସାମ୍ନା କରିଥାଏ ତାହା ବାସ୍ତବରେ ପ୍ରଶଂସନୀୟ ର ବିଷୟ ଅଟେ । ଏପରି ସ୍ଥିତିରେ ସେହି ପିଲା କଣ ଯିଏ ଶୁଣିବ ତାର ମନ ବିଷାଦ ରେ ପରିପୂର୍ଣ୍ଣ ହୋଇ ମର୍ମାହତ ହୋଇ ଯିବ । ତେବେ ଏପରି ସ୍ଥିତି ସତରେ ମଣିଷ କୁ ନିଃସହାୟ କରି ଦେଇଥାଏ । ତେବେ ଆପଣ ମାନେ ତ ସମସ୍ତେ ଖୋର୍ଦ୍ଧା ଜିଲ୍ଲାର ସୌମ୍ୟ ରଞ୍ଜନ ସାହୁ ଙ୍କ କଥା ଶୁଣିଥିବେ । ତାଙ୍କର ହାତ ନ ଥିଲେ ମଧ୍ୟ ସେ ଜୀବନରେ ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।

ପରିସ୍ଥିତି ସୌମ୍ୟ ଙ୍କର ଦୃଢ ମନୋବଳ ଓ ଆଗ୍ରହ ସାମ୍ନାରେ ମୁଣ୍ଡ ନୁଆଇଁ ଦେଇଛି । ଶାରୀରିକ ଅକ୍ଷମତା ସତ୍ତ୍ୱେ ଚଳିତ ବର୍ଷ +2 ପରୀକ୍ଷା ରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି ସୌମ୍ୟ । ସେ ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଦିନେ ଛାତ ଉପରେ ଖେଳୁଥିଲେ । ଖେଳିବା ସମୟରେ ହଠାତ ଇଲେକ୍ଟ୍ରିକ ଶକ ଲାଗିବାରୁ ସେ ଗୁରୁତର ହୋଇ ଯାଇଥିଲେ ।

ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ତାଙ୍କର ଶରୀରର ଅନେକ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ସବୁପରେ ବାଧ୍ୟ ହୋଇ ଡାକ୍ତର ସୌମ୍ୟ ଙ୍କର ହାତ କାଟି ଦେଇଥିଲେ । ସୌମ୍ୟ ପିଲାଟି ଦିନରୁ ଭଲ ପାଠ ପଢ଼ନ୍ତି । ତେବେ ଆଉ 4 ମାସ ପରେ ଦଶମ ଶ୍ରେଣୀର ପାଠ ପଢା ଆରମ୍ଭ ହେଲା । ସ୍କୁଲ ର ଶିକ୍ଷକ କହିଲେ କି ନେକ୍ସଟ ଇୟର ରେ ସୌମ୍ୟ ଙ୍କୁ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ।

କିନ୍ତୁ ସୌମ୍ୟ ଅକ୍ଲାନ୍ତ ଚେଷ୍ଟା କରି ପ୍ଲାଷ୍ଟିକ ହାତରେ ସେହିବର୍ଷ ହିଁ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଓ ସ୍କୁଲ ରେ ସେକେଣ୍ଡ ଟପ୍ପର ହୋଇ ପାରିଥିଲେ । ପରେ ଚଳିତ ବର୍ଷ +2 ପରୀକ୍ଷାରେ ସୌମ୍ୟ 86% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ସେ ତାଙ୍କର ସଫଳତା ପଛରେ ବାପା,ମା, ଭଉଣୀ, ଶିକ୍ଷକ ଆଦି ମାନଙ୍କ ହାତ ଥିବା କହିଛନ୍ତି । ତେବେ ପୁଅର ସଫଳତାର କାହାଣୀ କହିବା ସମୟରେ ବାପା,ମାଆ, ଭଉଣୀ ଙ୍କ ଆଖିରୁ ଖୁସିର ଲୁହ ଧାର ଧାର ହୋଇ ଝରି ଯାଉଥିଲା । ତେବେ ସୌମ୍ୟ ଆଜିର ଯୁବପିଢି ଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।