Just another WordPress site

ମିହିର ଦାସ ଗାଇଥିବା ଏହି ଡାଇଲଗ ” କଣ କଦଳୀ ଟା ଜାଣିଛୁ ବେ ” ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ… 16 ଘଣ୍ଟାରେ ପାର କରିଗଲା 1 ମିଲିୟନରୁ ଅଧିକ ଭାଇରାଲ ହୋଇ ସମସ୍ତଙ୍କ ମୋବାଇଲରେ (Status)ଭିଡିଓ

0 89

ବନ୍ଧୁଗଣ ମୃତ୍ୟୁ ଏକ ନିରାଟ ସତ୍ୟ ଅଟେ , ଜୀବନ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ତେବେ କେତେବେଳେ କାହାର ମୃତ୍ୟୁ ଆସିଯିବ ତାହା କାହାକୁ ଜଣା ନଥାଏ। ତେବେ କିଛି ଦିନ ତଳେ ଆମ ଓଡିଶାର ଫିଲ୍ମ ଜଗତ ଉପରେ ଏହି ମୃତ୍ୟୁ ର କାୟା ବିସ୍ତାର ହୋଇଥିଲା ଆମ ଘରେ ଘରେ ପରିଚିତ ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କୁ ସବୁ ଦିନ ପାଇଁ ଛାଡି ଚାଲିଯାଇଛନ୍ତି। ତେବେ ବର୍ତ୍ତମାନ ମିହିର ଭାଇ ଙ୍କୁ ସମସ୍ତେ ମନେ ପକାଇ କାନ୍ଦୁଛନ୍ତି।କାରଣ ସେ ଏହିପରି ଜଣେ କଳାକାର ଥିଲେ ଯାହାଙ୍କୁ ଦେଖିବା ଲାଗି ଲୋକେ ପାଗଳ ପରି ହେଉଥିଲେ।

ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ,ଓଡ଼ିଶାର ଭେଟେରାଣ୍ଟ କଳାକାର ମିହିର ଦାସ ଗତ କାଲି ଅପରାହ୍ନ ରେ କଟକ ର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ୬୩ ବର୍ଷ ବୟସ ରେ ମୃତ୍ୟୁ ବରଣ କରିଛନ୍ତି। ତେବେ ତାଙ୍କର ମୃତ୍ୟୁ ବରଣ ରେ ସାରା ସିନେମା ଜଗତ ଭାଙ୍ଗି ପଡ଼ିଛି। ତେବେ ସୂଚନା ଅନୁସାରେ ସେ କିଡନୀ ରୋଗ ରେ ଗତ ଡିସେମ୍ବର ୭ ତାରିଖ ରୁ କଟକ ର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉ ଥିଲେ।ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ତେବେ ଲୋକମାନେ ଏବେବି ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କର ଏହି ମୃତ୍ୟୁ କୁ , ଏବେ ବି ଲୋକଙ୍କ ମଧ୍ୟରେ ବଂଚିରହିଛନ୍ତି ମିହିର ଦାସ। ତେବେ ମିହିର ଦାସ ତାଙ୍କ ଜୀବନ ରେ ସମସ୍ତ ପ୍ରକାରର ଅଭିନୟ କରିଛନ୍ତି ,ହିରୋ ଠାରୁ ଆରମ୍ଭ କରି , ଭାଇ , ବାପା , ଗୁଣ୍ଡା ,ଏମିତି କୌଣସି ଚରିତ୍ର ନାହିଁ ଯାହା ସେ କରି ନାହାନ୍ତି। ତେବେ ତାଙ୍କର ଦେହାନ୍ତ ପରେ ଲୋକ ମାନେ ତାଙ୍କର ସବୁ ଫିଲ୍ମ ତଥା ଅଭିନୟ କୁ ଦେଖି ତାଙ୍କୁ ବହୁତ ମନେ ପକାଇଛନ୍ତି। ତେବେ ସେ ଅନେକ ପ୍ରକାରର ସିନେମା କରିଛନ୍ତି ,ଆଉ ତା ମଧ୍ୟରୁ ଏକ ଫିଲ୍ମ ର ଏକ ସଂଗୀତ ଲୋକମାନ ଙ୍କୁ ବହୁତ ଆକର୍ଷିତ କରିଥିଲା।

ତେବେ ବର୍ତ୍ତମାନ ମିହିର ଦାସ ଙ୍କର ଶେଷ ଫିଲ୍ମ ଡ଼ବିଂ ର ଏକ ଡାଇଲଗ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତଥା ଲୋକଙ୍କ ମନ ଭିତରେ ରାଜ କରୁଛି। ତାହା ହେଉଛି ଛବିରାଣୀ ଫିଲ୍ମ ର ,”ତୁ କଦଳୀଟା ଜାଣିଛୁ ବେ…” ଡାଇଲଗ ।ତେବେ ସେ ତାଙ୍କର ଆକର୍ଷିତ ସ୍ୱର ଏବଂ ମନର ଭାବନା ରେ ଯେଉଁ ଭଳି ଭାବରେ ଏହି ଡାଇଲଗ ଟିକୁ ସେ ଡ଼ବିଂ କରିଥିଲେ ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଆମର ଦୁର୍ଭାଗ୍ୟ କି ଆମେ ଆଉ ତାଙ୍କୁ ଏହିଭଳି ମନଛୁଆଁ ଅଭିନୟ କରିବାର ଦେଖିପାରିବା ନାହିଁ।

ମାତ୍ର ତାଙ୍କ ଭଳି ଜଣେ ବାସ୍ତବବାଦୀ ତଥା ଜୀବନ୍ତ ଅଭିନୟ କରୁଥିବା କଳାକାର ଆଜି ଆମ ଭିତରେ ନାହାନ୍ତି ଯାହାକି ଆମର ଦୁର୍ଭାଗ୍ୟ ର କଥା ନିଶ୍ଚିତ। ତେବେ ଏହା କୁହାଯାଇ ପାରେ କି ହୁଏତ ମିହିର ଭାଇ ଙ୍କର ଦେହାନ୍ତ ହୋଇଛି ମାତ୍ର ଲୋକଙ୍କ ମନ ଭିତରେ ସେ ଆଜି ବି ଜୀବିତ ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।