Just another WordPress site

ସରକାରଙ୍କ ବଡ଼ ଘୋଷଣାନ – ରାସନ କାର୍ଡ ଥିଲେ ଏହି ଖବର ପଢି ନିଅନ୍ତୁ । ନହେଲେ ପଡିବେ ଅସୁବିଧାରେ

0 225

ଆଜିର ସମୟରେ ଲୋକମାନେ ବହୁତ ଜ୍ଞାନୀ, ବୁଦ୍ଧିମାନ, ଶିକ୍ଷିତ ଅଟନ୍ତି । ସେମାନେ ନିଜ ସହିତ ନିଜ ପରିବାରର ପ୍ରତିପୋଷଣ ପାଇଁ ନିଜକୁ ସକ୍ଷମ କରି ପାରୁଛନ୍ତି । ସେମାନେ ଏକ ସୁନ୍ଦର, ଚାକଚକ୍ୟ ପୂର୍ଣ୍ଣ ଜୀବନ ଅତିବାହିତ କରୁ ଅଛନ୍ତି । ଏପରି ସ୍ଥଳେ କିଛି ଏପରି ମନୁଷ୍ୟ ମଧ୍ୟ ଅଛନ୍ତି ଯେଉଁମାନେ ବିଲରେ ମୂଲ ଲାଗି ଦି ଓଳି ଦି ମୁଠା ନିଜ ସହିତ ନିଜ ପରିବାରର ଲୋକ ମାନଙ୍କ ପାଇଁ ଯୋଗାଡ଼ କରି ପାରୁନାହାନ୍ତି ।

ତେବେ ଆମ ଦେଶର ସରକାର ସେମାନଙ୍କୁ BPL ଲିଷ୍ଟ ଅନ୍ତର୍ଭୁକ୍ତ କରିଛନ୍ତି । ତେବେ ଆମ ଓଡିଶାରେ ସେମାନଙ୍କ ନାମ ରାସନ ହିତାଧିକାରୀଙ୍କ ଲିଷ୍ଟ ଅନ୍ତର୍ଭୂକ୍ତ କରା ଯାଇଛି । ତେବେ ଏହି ଲିଷ୍ଟ ଅନ୍ତର୍ଭୂକ୍ତ ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଅନେକ ସମୟରେ ବିଭିନ୍ନ ପ୍ରକାର ସହାୟତା ମୂଳକ ଯୋଜନା କାର୍ଯ୍ୟକାରୀ କରିଥାନ୍ତି ଯଦ୍ୱାରା ଏହି ଲିଷ୍ଟ ରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ ମାନେ ଉପକୃତ ହୋଇ ପାରିବେ ।

ତେବେ ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଗରିବ ଲୋକ ମାନଙ୍କ ଠାରୁ ଜୀବିକା ନିର୍ବାହ କରିବାର ପନ୍ଥା ଛଡାଇ ନେଇଛି । ଲୋକ ମାନଙ୍କ ନିକଟରେ ଖାଇବା ପାଇଁ ଖାଦ୍ୟ କି ଅନ୍ୟାନ୍ୟ ଆବଶ୍ୟକ ଉପଯୋଗୀ ପଦାର୍ଥ କିଣିବା ପାଇଁ ଅର୍ଥ ନାହିଁ । ଯଦିଓ ଆଜିର ସମୟରେ ଏହି ସମସ୍ୟା ଆସ୍ତେ ଆସ୍ତେ ସୁଧାରିବା ରେ ଲାଗିଛି କିନ୍ତୁ ଏ ପର୍ଯ୍ୟନ୍ତ ସେହି ସମସ୍ୟାରେ ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ ସ୍ଥିତି ଆସି ପାରି ନାହିଁ ।

ତେବେ ଆପଣ ମାନେ ଜାଣିଥିବେ ଯେ ଏହି କରୋନା ସ୍ଥିତି କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ଆଇନ ଦ୍ୱାରା ଅନ୍ତର୍ଭୁକ୍ତ କରି ସାରା ଦେଶ ବାସୀଙ୍କୁ ମାଗଣା ରାସନ ଯୋଗାଇ ଦେବା ପାଇଁ ସୂଚନା ଜାରି କରା ଯାଇଥିଲା । ତେବେ ଏହି ନିୟମ ଅନୁଯାୟୀ ଦେଶର ସମସ୍ତ ଦେଶବାସୀଙ୍କୁ ମୁଣ୍ଡ ପିଛା 5kg ଲେଖାଏଁ ଚାଉଳ ମାଗଣାରେ ଯୋଗାଇ ଦେଇଛନ୍ତି ।

ଏହି ନିୟମ ର ଅବଧି 2021 ମସିହା ନଭେମ୍ବର ମାସ 30 ତାରିଖରେ ଶେଷ ହବାକୁ ଥିଲା । କିନ୍ତୁ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବା ପରେ ଏହି ଯୋଜନା କୁ ଆଉ 4 ମାସ ବୃଦ୍ଧି କରାଯିବା ନେଇ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିବା ପ୍ରକାଶ କରିଛନ୍ତି ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନରାଲ ସିଂ ଠାକୁର । ଅର୍ଥାତ ଏହି ନିୟମ ମାର୍ଚ୍ଚ 2022 ଯାଏ ଲାଗୁ ରହିବ । ତେବେ ଏଥିପାଇଁ ଆଉ ଅତିରିକ୍ତ 53344 କୋଟି ଟଙ୍କା ବ୍ୟୟ ହେବା ନେଇ ଆଶଙ୍କା କରାଯାଇଛି ।

ସୂଚନା ଥାଉ କି କୋଭିଡ ସ୍ଥିତି ରେ ଅନାହାର କୁ ଆୟତ୍ତାଧିନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ମହାମାରୀ ର ପ୍ରଥମ 3 ମାସ ଭାରତବାସୀ ଙ୍କୁ ମାଗଣାରେ ରାସନ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା । ପରେ ଏହାକୁ ଆଉ 5 ମାସ ବୃଦ୍ଧି କରାଯାଇ ଥିଲା । ପୁଣି ଏବେ ଆଉ 4 ମାସ ବୃଦ୍ଧି କରାଯାଇଛି । ତେବେ ଏହା ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ବହୁତ ବଡ଼ ଖୁସିର ଖବର ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।