Just another WordPress site

“ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମୋ ସମନ୍ନାକୁ ଆସବୁ ନାହିଁ” ମିହିର ଦାସ ପୁଅ ଅମ୍ଳାନ ଙ୍କୁ(Amlan) କହିଥିବା ଏହି ଡାଇଲଗ ସତ ହୋଇଗଲା ଏବେ ସୋସିଆଲ ମିଡିଆରେ ନିଆଁଭଳି ଭାଇରାଲ ହେଉଛି

0 153

ଆପଣ ମାନେ ଜାଣିଛନ୍ତି ଯେ, ଓଡ଼ିଶାର ଭେଟେରାଣ୍ଟ କଳାକାର ମିହିର ଗତ ଜାନୁଆରୀ ମାସ ୯ ତାରିଖରେ କଟକ ର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ୬୩ ବର୍ଷ ବୟସ ରେ ମୃତ୍ୟୁ ବରଣ କରିଛନ୍ତି। ତେବେ ତାଙ୍କର ମୃତ୍ୟୁ ବରଣ ରେ ସାରା ସିନେମା ଜଗତ ଭାଙ୍ଗି ପଡ଼ିଛି। ତେବେ ସୂଚନା ଅନୁସାରେ ସେ କିଡନୀ ରୋଗ ରେ ଗତ ଡିସେମ୍ବର ୭ ତାରିଖ ରୁ କଟକ ର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉ ଥିଲେ, ଆଉ ଚିକିତ୍ସିତ ଅବସ୍ଥାରେ ଜାନୁୟାରୀ ୯ ତାରିଖରେ ସେ ଇହଧାମ ଗତି କରିଛନ୍ତି।

ତେବେ ତାଙ୍କର ଏହିପରି ମୃତ୍ୟୁ ରେ ସାରା ଫିଲ୍ମ ଜଗତ ଭାଙ୍ଗି ପଡିଛି ତେବେ ତାଙ୍କର ବର୍ତ୍ତମାନ ତାଙ୍କର ଅନ୍ତିମ ସତ୍କାର ମଧ୍ୟ ସମାପ୍ତ ହୋଇସାରିଛି ଏବଂ ସେ ପଞ୍ଚଭୁତ ରେ ଲିନ ହୋଇସାରିଛନ୍ତି। କିନ୍ତୁ ଆଜି ବି ଲୋକମାନେ ତାଙ୍କୁ ସେହିପରି ଭଲପାଇବା ଦେଇଛନ୍ତି ।

ତେବେ ତାଙ୍କର ମୃତ୍ୟୁ ପରେ ସେ ଅଭିନୟ କରିଥିବା ଅନେକ ସିନେମା ଓ ସେହି ସିନେମା ରେ କାକା ଅର୍ଥାତ ମିହିର ଦାସ ଙ୍କର କିଛି କିଛି ଆକର୍ଷଣୀୟ ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଭାବ ବିହ୍ୱଳ ହୋଇଯିବେ ଆଉ ତାଙ୍କୁ ମନେ ପକାଇ କାନ୍ଦି ପକେଇବେ ମଧ୍ୟ।

ତେବେ ଆମେ ସମସ୍ତେ ଜାଣିଛୁ ଯେ ମିହିର ଦାସ ଙ୍କୁ ହରେଇ ଓଡ଼ିଆ ସିନେମା ଜଗତ ନିଜ ମେରୁଦଣ୍ଡ କୁ ହରାଇଛନ୍ତି। କାରଣ ମିହିର ଦାସ ଜଣେ ଏହିପରି କାଳକର ଥିଲେ ଯିଏ ତାଙ୍କ ଜୀବନ ରେ ସମସ୍ତ ପ୍ରକାରର ଅଭିନୟ କରିଛନ୍ତି ,ହିରୋ ଠାରୁ ଆରମ୍ଭ କରି , ଭାଇ , ବାପା , ଗୁଣ୍ଡା ,ଏମିତି କୌଣସି ଚରିତ୍ର ନାହିଁ ଯାହା ସେ କରି ନାହାନ୍ତି। ତେବେ ତାଙ୍କର ଦେହାନ୍ତ ପରେ ଲୋକ ମାନେ ତାଙ୍କର ସବୁ ଫିଲ୍ମ ତଥା ଅଭିନୟ କୁ ଦେଖି ତାଙ୍କୁ ବହୁତ ମନେ ପକାଇଛନ୍ତି।

ତେବେ ସେ ଅନେକ ପ୍ରକାରର ସିନେମା କରିଛନ୍ତି ,ଆଉ ତା ମଧ୍ୟରୁ ଏକ ବର୍ତ୍ତମାନ ନିଜ ପୁଅ ଅମ୍ଳାନ ସହ କରିଥିବା ଏକ ଫିଲ୍ମ “ପାଗଳ କରିଚୁ ତୁ” ଫିଲ୍ମ ର ଏକ ସୁନ୍ଦର ଡାଇଲଗ ଥିଲା ମିହିର ଦାସ ଙ୍କର ଯାହା ବର୍ତ୍ତମାନ ଚର୍ଚ୍ଚା ରେ ରହିଛି। ତେବେ ଏହି ଫିଲ୍ମ ରେ ମିହିର ଦାସ ଜଣେ ଡନ କାକା ଭାବରେ ପରିଚିତ ଥିଲେ ,ଆଉ ଭାଇରଲ ହେଉଥିବା ଏହି ସିନ ରେ ସେ ଅମ୍ଳାନ ଙ୍କୁ ତାଙ୍କର କିଛି ଲୋକଙ୍କ ମୃତ୍ୟୁ ର କାରଣ କହି ନିଜ ଘରୁ ବାହାର କରି ଦେଇଥିଲେ।

ତେବେ ଏଥିରେ ମିହିର ଭାଇ ଙ୍କର ଡାଇଲଗ ଏହିପରି ଥିଲା କି,” ତୋତେ ବିଶ୍ୱାସ କରି ମୁଁ ବହୁତ ଭୁଲ କରିଛି , ମୁଁ ବଞ୍ଚିଥିବା ଯାଏଁ କେବେ ବି ତୋ ମୁଁହ ଦେଖାଇବୁ ନାହିଁ ଏ ଘର ର ଦାଣ୍ଡ ରେ ପାଦ ପକାଇବୁ ନାହିଁ” ।ତେବେ ଏହି ସିନ ଟି ତାଙ୍କର ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ର ରେ ଭାଇରଲ ହେଉଛି ଏବଂ ଏହାକୁ ଦେଖିବା ପରେ ଲୋକ ମାନେ ମିହିର ଦାସ ଙ୍କୁ ବହୁତ ମନେ ପକାଇଥିବା ଜଣାପଡିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।