
viral news -୭ ମାସର ଶିଶୁପୁତ୍ର ନିଜର ମା କୁ ହରାଇବା ସଂଗେ ସଂଗେ ନିଜର ୨ ଟି ଗୋଡ ମଧ୍ୟ ହରାଇବସିଚି,କୁନୀପିଲାଟିକୁ ଦେଖିଲେ ଆଖିରୁ ଲୁହ ଆସିଯିବ ମା ଓ ନିଜ ଗୋଡ଼ ହରାଇଛି ,ଆଉ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।
ସଡକ ଦୁର୍ଘଟଣା କେତେ କେତେ ମୂଲ୍ୟବାନ ଜୀବନ ନଉଛି ତାର ଆକଳନ କରିବା କଷ୍ଟ ସାଧ୍ୟ। ପ୍ରତ୍ୟେକ ଦିନ କୋଉଠି ନା କୋଉଠି ଏହି ସଡ଼କ ଦର୍ଘଟଣାରେ କାହାର ନା କାହାର ଜୀବନ ଚାଲିଯାଉଛି ତ କିଏ ଆଜୀବନ ପଙ୍ଗୁ ଓ ଶାରୀରିକ ବିକଳାଙ୍ଗ ଭାବରେ ଜୀବନ ଅତିବାହିତ କରୁଛି।
ଏହି ସଡକ ଦୁର୍ଘଟଣାରୁ ବର୍ତ୍ତି ଯାଇ ପାରିନାହିଁ ମାତ୍ର ୭ ମାସର ଶିଶୁ ପୁତ୍ରଟି। ଜୀବନ ସିନା ବଞ୍ଚି ଯାଇଛି କିନ୍ତୁ କୁନି ପୁଅର କୁନି କୁନି ପାଦ ଆଉ ନାହିଁ।ତା କୁନି କୁନି ଓଠରେ ମା ଡାକ ଶୁଣିବା ପୂର୍ବରୁ ତା ମା ମଧ୍ୟ ତାକୁ ଛାଡି ଆରପାରିକୁ ଚାଲିଗଲେ। ଦୁର୍ଘଟଣାରେ ମାର ଜୀବନ ମଧ୍ୟ ଚାଲିଯାଇଛି।ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନ ଅନ୍ତର୍ଗତ ପାହାଡ ଗୁଡ଼ି ଗାଁର ଅନୀଲ କୁମାର ମହାନ୍ତଙ୍କ ଦୁଇଟି ଝିଅ ପରେ ଏହି ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ଅନୀଲ କୁମାର ମହାନ୍ତ ପେଶାରେ ଜଣେ ଡ୍ରାଇଭର ଅଟନ୍ତି। ଦୁଃଖେ ସୁଖେ ଯେତିକି ଇନକମ କରନ୍ତି ପରିବାର ସେତିକିରେ ସନ୍ତୁଷ୍ଟ ହୁଅନ୍ତି।ତିନି ସନ୍ତାନ ଏବଂ ସ୍ତ୍ରୀଙ୍କୁ ନେଇ ଖୁବ୍ ସୁଖରେ ଜୀବନ ଅତିବାହିତ କରୁଥିଲେ ଅନୀଲଙ୍କ ପରିବାର। କିନ୍ତୁ କିଏ ଜାଣିଥିଲା ଗୋଟିଏ ଦୁର୍ଘଟଣା ଅନୀଲଙ୍କ ସୁଖର ସଂସାରକୁ ଏମିତି ଭାବେ ଓଜଡି ଦେବ।
ଗତ ବର୍ଷ ଡିସେମ୍ବର ମାସରେ ଅନୀଲଙ୍କ ପତ୍ନୀ ମମତା ତାଙ୍କ ବାପଘରକୁ ଯିବାବେଳେ ବାରିପଦା ବମ୍ବେ ଛକ ଠାରେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ସବୁଦିନ ପାଇଁ ଆଖି ବୁଜିଦେଲେ ମମତା।ମମତାଙ୍କ କୋଳରେ ରହିଥିବା ଏହି କୁନି ପୁଅଟି ବି ବର୍ତ୍ତି ନ ଥିଲା।
ଏହି ଭୟଙ୍କର ଦୁର୍ଘଟଣାରେ ୭ ମାସର କୁନି ପୁଅର ଗୋଟିଏ ଗୋଡ ଛିଣ୍ଡି ଯାଇଥିଲା। ଅନ୍ୟ ଗୋଟିଏ ଗୋଡ ଅଧା ଛିଡି ଗୁରୁତର ହୋଇ ପଡିଥିଲା।ସ୍ଥାନୀୟ ଲୋକଙ୍କ ସହାୟତାରେ ଛୁଆଟିକୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଗଲା।
ଯେଉଁଠି ଡାକ୍ତର ପିଲାଟି ବଞ୍ଚିବ କି ନାହିଁ ସେ କଥାର ଗ୍ୟାରେଣ୍ଟି ଦେଇପାରିଲେ ନାହିଁ।ପରେ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା। କଟକ ଆସିବା ପରେ ଗୁରୁତର ଅବସ୍ଥାରେ ଶିଶୁଟିର ଅଧା ଝୁଲୁଥିବା ଭଙ୍ଗା ଗୋଡକୁ ମଧ୍ୟ କାଟି ଆଲଗ କରିଦିଆ ଯାଇଥିଲା।
ସେପଟେ ମା ନଥିବା ଏହି କଅଁଳ ଶିଶୁଟି ଦୁଃଖରେ ସାମିଲ ହୋଇ ଶିଶୁଟିର ଯତ୍ନ ନେଉଛନ୍ତି ସମାଜସେବୀ ତଥା ମା ଭଗବତୀ ଫାଉଣ୍ଡେସନ ଅଧ୍ୟକ୍ଷା ପାୟଲ ପ୍ରିୟଦର୍ଶିନୀ ନାୟକ। କୁନି ପିଲାର ଖାଇବା ଠାରୁ ଆରମ୍ଭ କରି ଆବଶ୍ୟକ ରକ୍ତ ଯୋଗାଇ ଦେଉଛନ୍ତି ସମାଜସେବୀ ପାୟଲ ପ୍ରିୟଦର୍ଶିନୀ।
ଅନ୍ୟ ପକ୍ଷରେ କୁନି ପୁଅର ଚିକିତ୍ସା ଏ.ସି.ବି ମେଡିକାଲ କଲେଜ ଓ ହସପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚାଲିଛି। ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୁତି ଭୂଷଣ ନାୟକ ଙ୍କ ତତ୍ତ୍ୱାବଧାନରେ ଏହି ଶିଶୁର ଚକିତ୍ସା ଚାଲିଛି। ଏବେ ମଧ୍ୟ ଏହି କଅଁଳ ଶିଶୁଟି ଚିକିତ୍ସାଧୀନ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।