Just another WordPress site

ଅମଣିଷ ସ୍ୱାମୀର ଉନ୍ମତ୍ତ କାଣ୍ଡ, ମା’ ଓ ୫ ଦିନର ନବଜାତ ଶିଶୁକୁ ଚଳନ୍ତା ଅଟୋରୁ ଠେଲିଦେଲା ସ୍ବାମୀ….

0 144

ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ କୁ ସବୁ ଠାରୁ ପବିତ୍ର ସମ୍ପର୍କ ବୋଲି ମାନା ଯାଇଥାଏ। କାରଣ ବିବାହ ରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପର କୁ ସାତ ଜନ୍ମ ପାଇଁ ସାଥି ହୋଇ ଚାଲିବା ପାଇଁ କଥା ଦେଇ ଥାଆନ୍ତି ଓ ଯେତେବି ବାଧା ବିଘ୍ନ ଆସିଲେ ବି ସେମାନେ ପରସ୍ପର ର ହାତ କେବେବି ଛାଡିବେ ନାହିଁ ବୋଲି ଶପଥ ନେଇଥାନ୍ତି। ଏମିତି ଅନେକ ଉଦାହରଣ ଦେଖିଛୁ ଯେଉଁଠି କି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଅନାବିଳ ପ୍ରେମ ଦେଖିବାକୁ ମିଳି ଥାଏ। ଏମିତି କି ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ନିବିଡ଼ ପ୍ରେମ ଥିବାର ଦେଖିବାକୁ ମିଳେ।

ତେବେ ଏବେକାର ଦୁନିଆ ରେ ସବୁ ଠାରୁ ବଡ ବିପଦ ହେଉଛି ଲୋକ ମାନଙ୍କ ମନରେ ଉପୁଜୁ ଥିବା ଯୌନ ଲାଳସା। ଯାହାକୁ ମେଣ୍ଟାଇବା ପାଇଁ ଉଭୟ ପୁରୁଷ ଓ ସ୍ତ୍ରୀ ମାନେ ତାଳରୁ ତଳକୁ ଖସି ଯାଉ ଛନ୍ତି। ବିଶେଷ କରି ବର୍ତମାନ ଯୁଗରେ ସ୍ତ୍ରୀ ମାନେ ବହୁତ ଆଧୁନିକ ଆଡକୁ ଅଗ୍ରସର ହେଉଛନ୍ତି। ଯେଉଁଥି ପାଇଁ କି ସେମାନେ ନିଜର ସ୍ୱାମୀ ଥାଉ ଥାଉ ମଧ୍ୟ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବାକୁ ପଛାଉ ନାହାନ୍ତି। ଓ କ୍ଷଣିକ ସୁଖ ପାଇଁ ନିଜର ସମ୍ପର୍କ କୁ ମଧ୍ୟ ଭୁଲି ଯାଉଛନ୍ତି।

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ର ସୋର ଅଂଚଳରେ। ଏଠାରେ ଜଣେ ସ୍ୱାମୀ କଳହ କାରଣ ରୁ ତାଙ୍କର ସ୍ତ୍ରୀ ଓ 5 ଦିନ ର ନବଜାତ ଶିଶୁ କୁ ଚଳନ୍ତା ଅଟୋରୁ ଠେଲି ଦେଇଥିଲେ। ଯାହା ଫଳରେ ଉଭୟ ମା ଓ ଛୁଆ ଗୁରୁତର ଆହତ ହୋଇ ଡାକ୍ତର ଖାନା ରେ ଚିକିତ୍ସା ହେଉଛନ୍ତି। ଏହି ଘଟଣା ଟି ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି।


ଘଟଣା ଅନୁସାରେ କେନ୍ଦ୍ରାପଡା ରାଜନଗର ଅଂଚଳର ସଂଗୀତା ବାଲେଶ୍ଵର ଜିଲ୍ଲା ସ୍ଥିତ ସୋର ଅଂଚଳର ରାଜୀବ ଙ୍କୁ ବିବାହ କରିଥିଲେ। ତେବେ ସଂଗୀତା ରାଜୀବ ଙ୍କୁ ପ୍ରେମ ବିବାହ କରିଥିଲେ ଓ ଘର ଲୋକ ରାଜି ନ ହେବାରୁ ରାଜୀବ ଙ୍କ ସହ ପଳାଇ ଥିଲେ। କିନ୍ତୁ ସଂଗୀତା ଜାଣି ନଥିଲେ ଯେ ପରିସ୍ଥିତି ଏପରି ହେବ। ତାଙ୍କର ସ୍ୱାମୀ ପ୍ରତିଦିନ ମଦ ପିଇ ତାଙ୍କ ସହ ଝଗଡା କରିବେ ଓ ତାଙ୍କୁ ମାଡ ମାରିବେ।

ତେବେ ଏହି ଘଟଣା ବିଷୟରେ ସଂଗୀତା ଙ୍କୁ ପଚରା ଯିବାରୁ ସଂଗୀତା କହିଛନ୍ତି କି ତାଙ୍କୁ 5 ଦିନ ତଳେ ଗୋଟେ ପୁଅ ହୋଇଥିଲା। ସିଜରିଂ ହୋଇଥିବାରୁ 5 ଦିନ ପରେ ସେମାନେ ଡାକ୍ତର ଖାନା ରୁ ଫେରୁଥିଲେ। କିନ୍ତୁ ଏଇ ଭିତରେ ରାଜୀବ ଓ ସଂଗୀତା ଙ୍କ ମଧ୍ୟରେ ଝଗଡା ହୋଇଥିଲେ। କାହିଁକି ନା ସଂଗୀତା ଙ୍କ ଘର ଲୋକ କେହି ତାଙ୍କୁ ଦେଖିବା ପାଇଁ ଆସି ନଥିଲେ। ତେବେ ଏହି କଥାରେ ଝଗଡା ହେବାରୁ ଶେଷରେ ରାଜୀବ ତାଙ୍କର ସ୍ତ୍ରୀ ଓ 5 ଦିନ ର ନବଜାତ ଶିଶୁ କୁ ଚଳନ୍ତା ଅଟୋରୁ ତଳକୁ ଠେଲି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।