Just another WordPress site

ବାପା ହୋଇ ନିଜ ଜନ୍ମ କଲା ଝିଅକୁ ଦେଉଥିଲା ଶାରୀରିକ ନିର୍ଯ୍ୟାତନା, ଶୁଣନ୍ତୁ ଝିଅ କଣ କହୁଛନ୍ତି……ଭାଇରାଲ ହେଉଛି ଭିଡିଓ

0 156

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ଘଟଣା ବିଷୟ ରେ ଅବଗତ ହୋଇ ପାରି ଥାଉ, ଏଣୁ ଏହା ଆଜିର ଦିନ ରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି | ଆପଣ ମାନେ ତ ଜାଣନ୍ତି ଆଜି ର ଦୁନିଆଁ କେତେ ଯେ କଳୁଷିତ ହେବାକୁ ଲାଗିଲାଣି ଯାହା କଳ୍ପନା ମଧ୍ୟ କରି ହେବ ନାହିଁ | କେତେ ବେଳେ ଚୋରି ଡକାୟତ ତ ପୁଣି ଆଉ କେତେ ବେଳେ କାହାକୁ ହତ୍ୟା ତ ପୁଣି କେତେ ବେଳେ ଦୁଷ୍କର୍ମ ଦେଖିବାକୁ ମିଳି ଥାଏ |

ଯୁଗ ଏତେ ଟେକନୋଲୋଜି ଆଡ଼କୁ ଗତି କଲାଣି କିନ୍ତୁ ଏହି ଦୁନିଆ ରେ କିଛି ଏଭଳି ଅସଭ୍ୟ ଅଛନ୍ତି ଯେଉଁ ମାନେ ନାରୀ ଙ୍କୁ କିପରି ସମ୍ମାନ ଦେବା ତାହା ଆଜି ପର୍ଯ୍ୟନ୍ତ ଶିଖି ପାରିଲେ ନାହିଁ | ନିଜର ମାନସିକ ସଂଯମତା ହରାଇ ନାରୀ ଙ୍କ ପ୍ରତି ଏଭଳି ବ୍ୟବହାର କରି ଥାଆନ୍ତି ଯାହାକି ଶୁଣିଲେ ଆପଣ ମଧ୍ୟ ନିନ୍ଦା କରିବେ | ତେବେ ଆଜି ଏଭଳି ଏକ ଅଭିଯୋଗ ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ କାରଣ ଏକ ଝିଅ ତାଙ୍କ ବାପା ଙ୍କ ନାଁ ରେ ହିଁ ଅଭିଯୋଗ ଆଣିଛନ୍ତି, ତେବେ ଆସନ୍ତୁ ପୁରା ଘଟଣା ଟି ଉପରେ ନଜର ପକାଇବା |

ତେବେ ଏଭଳି ଏକ ଘଟଣା ରାଉରକେଲା ରେ ହିଁ ଦେଖିବାକୁ ମିଳିଛି | ସୂଚନା ଅନୁଯାଇ ଏକ ପରିବାର ରେ କିଛି କଳହ କାରଣ ରୁ ପତି ପତ୍ନୀ ଅଲଗା ରହୁ ଥିଲେ ଏବଂ ପତ୍ନୀ ନିଜ ଝିଅ ଙ୍କୁ ନେଇ ଅଲଗା ରହୁ ଥିଲେ | ବାପା କିନ୍ତୁ ଘରେ କେହି ରହୁ ନଥିବାର ସୁଯୋଗ ନେଇ ଝିଅ କୁ ଶାରୀରିକ ନିର୍ଯାତନା ଦେବାର ନିଜ ଝିଅ ହିଁ ଥାନା ରେ ଅଭିଯୋଗ କରିଛନ୍ତି | ଝିଅ ଟି ନିଜେ ଗଣ ମାଧ୍ୟମ କୁ ଆସି କହିଛନ୍ତି ଯେ ଯେତେ ବେଳେ ଘରେ ମାମା ନଥାନ୍ତି ସେତେ ବେଳେ ବାପା ଘରକୁ ଆସି ତାଙ୍କ ପ୍ରତି ବହୁତ ଖରାପ ବ୍ୟବହାର ଦେଖାଇ ଥାଆନ୍ତି |

ଏହା ସହିତ ପ୍ରାଇଭେଟ ଜାଗା ରେ ମଧ୍ୟ ସ୍ପର୍ଶ କରି ଥାଆନ୍ତି | ଏହା ପରେ ଝିଅ ଟି ଦୌଡ଼ି ଯାଇ ଯେତେ ବେଳେ କବାଟ ବନ୍ଦ କରି ଦିଅନ୍ତି ସେତେ ବେଳେ ବାପା କବାଟ ବାଡେଇ ବାଡେଇ କୁହନ୍ତି ଯେ ଏକଥା କାହାକୁ କହିବୁ ନାହିଁ ନହେଲେ ତତେ ମାରି ଦେବି ଏବଂ ମା ଝିଅକୁ ଏଠି ରହିବାକୁ ଦେବି ନାହିଁ | ତେବେ ଏଭଳି ଘଟଣା ଶୁଣି ସ୍ଥାନୀୟ ଲୋକ ମାନେ ମଧ୍ୟ ବହୁତ ନିନ୍ଦା କରିଛନ୍ତି | ପୋଲିସ ମଧ୍ୟ ଘଟଣା ର ତଦନ୍ତ ଜାରି ରଖିଛି ଏବଂ ଏଭଳି ବ୍ୟକ୍ତି ଯିଏ କି ନିଜ ଝିଅ ଉପରେ ଖରାପ ଦୃଷ୍ଟି ପକାଉଛି ତାକୁ ନିହାତି ଭାବରେ ଦଣ୍ଡ ମିଳିବା ଉଚିତ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।